ନନ୍ଦନକାନନରେ ନୀଳଗିରି ଲାଙ୍ଗୁରର ମୃତ୍ୟୁ

Published By : Prameya-News7 Bureau | May 31, 2019 IST

ବାରଙ୍ଗ ୩୧|୫: ଗତ ବୁଧବାର ନନ୍ଦନକାନନରେ ଥିବା ଭାରତର ଏକମାତ୍ର ଓରାଙ୍ଗଉଟାନ ବିନିର ମୃତ୍ୟୁ ପରେ ନନ୍ଦନକାନନ କାନ୍ଦୁଥିବା ବେଳେ ଆଜି ସକାଳେ ଆଉଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି। ନନ୍ଦନକାନନରେ ଥିବା ଅଣ୍ଡିରା ନୀଳଗିରି ଲାଙ୍ଗୁରର ଆଜି ମୃତ୍ୟୁ ହୋଇଛି । ଗତ ୧୭ତାରିଖରୁ ଡାଇରିଆ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା । ଗତ୧୫ ଦିନ ଧରି ଓୟୁଏଟି ବିଶେଷଜ୍ଞ ସହ ନନ୍ଦନକାନନ ପ୍ରଣୀଚିକିତ୍ସକମାନେ ତାର ଚିକିତ୍ସା କରିଆସୁଥିଲେ।  ଏହାର ମୃତ୍ୟୁ ପରେ ନନ୍ଦନକାନନରେ ଆଉ ଏକମାତ୍ର ମାଈ ନୀଳଗିରି ଲାଙ୍ଗୁର ରହିଲା। ଏହି ବିଲୁପ୍ତ ପ୍ରାୟ ଜନ୍ତୁ ନୀଳଗିରି ଲାଙ୍ଗୁର ଭାରତର ଦକ୍ଷିଣ ପଶ୍ଚିମ ନୀଳଗିରି ପାର୍ବତ୍ୟାଞ୍ଚଳରେ ଦେଖା ଯାଇଥାନ୍ତି।

ଗତ ୨୦୧୭ମସିହା ସପ୍ଟେମ୍ବର ୨୬ତାରିଖରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଚେନ୍ନାଇ ଆରିଗନାର ଆନ୍ନା ଜୁଲୋଜିକାଲ ପାର୍କରୁ ଏକ ହଳ ନୀଳଗିରି ଲାଙ୍ଗୁର ଅଣାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.