ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି ନୀଳଗିରି ବିଡିଓ ! ବଢ଼ିଲାଣି ଅସନ୍ତୋଷ
25/09/2020 at 11:17 PM

ନୀଳଗିରି,୨୫/୦୯: ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରୁନାହାନ୍ତି ନୀଳଗିରି ବିଡ଼ିଓ। ଏଭଳି ଅଭିଯୋଗ ଉଠିବା ସହ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି। ନୀଳଗିରି ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବିଭିନ୍ନ କାରଣରୁ ବାଧା ଉପୁଜିବା ଜଣାଯାଇଛି। କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡା ବହୁ ସମୟରେ ଅନୁପସ୍ଥିତ ଥିବା ସହ ରେମୁଣା ବ୍ଲକରେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି। ବହୁ ପଂଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ନହେବା ଓ ବିଲ୍ ସଠିକ ସମୟରେ ହୋଇନପାରିବା ଅଭିଯୋଗ ନେଇ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡା ଙ୍କ ବିରୁଦ୍ଧରେ ବ୍ଲକ ଆଗରେ ଧାରଣା ଦିଆଯାଇଥିଲା।
ପରେ ତଦନ୍ତ ମୂଳକ କାର୍ଯ୍ୟନୁଷ୍ଠାନ ନିଆଯିବା ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ହେଲେ କେଉଁ ଅଦୃଶ୍ୟ ଶକ୍ତି ପାଇଁ କାର୍ଯ୍ୟନୁଷ୍ଠାନ ହୋଇନଥିବା ଅଭିଯୋଗ ହୋଇଛି। ବିଭିନ୍ନ ପଂଚାୟତରେ ଅନିୟମିତା ହେବା ସହ ଘଟଣା ଯାଇ ଭିଜିଲାନ୍ସରେ ପହଞ୍ଚିଛି। ଯନ୍ତ୍ରୀ ଜଣକ ନୀଳଗିରି ହେଡ କ୍ଵାର୍ଟରରେ ରହୁନଥିବା ବେଳେ ଅନେକ ସମୟରେ ଅନୁପସ୍ଥିତ ରହିବା,ଉନ୍ନୟନମୂଳକ କାର୍ଯ୍ୟ ହୋଇନପାରିବା ଏଭଳି ଅନେକ ଅଭିଯୋଗ ନେଇ ବିଧାୟକଙ୍କ ଠାରେ ଅଭିଯୋଗ ଉଠିଥିଲା। ପରେ ଘଟଣାର ସମାଧାନ ରୂପକ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଜିଲ୍ଲାପାଳ ଙ୍କୁ ପତ୍ର ଲେଖିଥିଲେ। ବିଭିନ୍ନ ବିଷୟରେ ଅଭିଯୋଗ ହୋଇଥିଲା।
ବାଲେଶ୍ଵର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତି ଅଭିଯୋଗକୁ ଗୁରୁତର ସହ ନେଇ ଆଉଜଣେ ସହକାରୀ ଯନ୍ତ୍ରୀ ଥିବାରୁ ବ୍ଲକରେ ୱାର୍କ ଲୋଡ଼ ଥିବାରୁ ଉନ୍ନୟନ ମୂଳକ କାର୍ଯ୍ୟ କିପରି ସୁରୁଖୁରୁରେ ହେବ ଓ ତଦାରଖ ହୋଇପାରିବ ଏନେଇ ୨୫ ଟି ପଂଚାୟତକୁ ସହକାରୀ ଯନ୍ତ୍ରୀ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମଧ୍ୟରେ ବାଣ୍ଟିବାକୁ ପିଡ଼ିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆଧାରରେ ପିଡ଼ି ଡିଆରଡିଏ ୨୪.୯.୨୦ ରିଖ ପତ୍ରସଂଖ୍ୟା ୪୫୪୩ ରେ ନୀଳଗିରି ବିଡ଼ିଓ ଙ୍କୁ ନିର୍ଦେଶନାମା ଆସିଥିବା ବେଳେ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ଉଠିଛି।
ଘଟଣାକୁ ନେଇ ରୁଦ୍ଧ ଦ୍ୱାର ବୈଠକ ହେଉଥିବା ବେଳେ କିଛି ପଂଚାୟତ ର ଜନ ପ୍ରତିନିଧି ଓ ଅଞ୍ଚଳବାସୀ ବିଡ଼ିଓ ଙ୍କୁ ଆଙ୍ଗୁଳି ଉଠାଇଛନ୍ତି। ପ୍ରିୟାପ୍ରୀତି ତୋଷଣ ପାଇଁ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉନଥିବା ବେଳେ ଯଦି ଉନ୍ନୟନ ମୂଳକ କାର୍ଯ୍ୟରେ ପଂଚାୟତ ରେ ବାଧା ଉପୁଜେ ତାହେଲେ ବିଡ଼ିଓ ଦାୟୀ ରହିବେ ବୋଲି କହିଛନ୍ତି। ତେବେ ଅଭିଯୋଗ କୁ ସହକାରୀ ନିର୍ବାହୀଯନ୍ତ୍ରୀ ଖଣ୍ଡନ କରିଥିବା ବେଳେ ବିଡ଼ିଓ ଅନିତା ନାୟକଙ୍କ ମତାମତ ନେବାରୁ ବ୍ଳକରେ ଉନ୍ନୟନମୂଳକ କାର୍ଯ୍ୟରେ ବାଧା ଘଟଣାର ତଦନ୍ତ କରୁଛି ବୋଲି କହିଥିଲେ।
ନିର୍ଦ୍ଦେଶାନାମା ନୀଳଗିରି ବିଧାୟକଙ୍କ ପାଇଁ ହୋଇଛି ଆଉ କାର୍ଯ୍ୟ ବଣ୍ଟନକୁ ବ୍ଲକ ଚେୟାରମ୍ୟାନ ବିରୋଧ କରୁଥିବା କହିଛନ୍ତି। ପ୍ରଶ୍ନ ଉଠେ ଯଦି ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ ତାହେଲେ ସବୁ ପଂଚାୟତର ତଦାରଖ ଦାୟୀତ୍ୱ ଜଣେ ସହକାରୀ ନିର୍ବାହୀଯନ୍ତ୍ରୀ କୁ ଦେବାରେ କଣ ସ୍ୱାର୍ଥ ରହିଛି ବୋଲି ଅନେକ ପଂଚାୟତବାସୀ ପ୍ରଶ୍ନ କରିଛନ୍ତି।ପିଡ଼ି ଙ୍କ ନିର୍ଦେଶାନାମା କୁ କାର୍ଯ୍ୟକାରୀ ନକରି ତାଙ୍କୁ ପୁଣି ଘଟଣାର ତଦନ୍ତ କରିବାର ଅଧିକାର ଦେଲା କିଏ ବୋଲି କହି ତାଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି ।ଘଟଣାକୁ ଜିଲ୍ଲାପାଳ ହସ୍ତକ୍ଷେପ କରିବାକୁ ଦାବି ହୋଇଛି।