Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

୭୬ତମ ଗଡ଼ଜାତ ମିଶ୍ରଣ ଉତ୍ସବ, ନୀଳଗିରି ପୂଜ୍ୟପୂଜା କମିଟି ଆନୁକୁଲ୍ୟରେ ପାଳିତ

14/11/2022 at 2:44 PM

ନୀଳଗିରି ୧୪।୧୦ : ନୀଳଗିରି ପୂଜ୍ୟପୂଜା କମିଟି ତରଫରୁ ସୋମବାର ୭୬ ତମ ଗଡ଼ଜାତ ମିଶ୍ରଣ ଦିବସ ପାଳନ । ଦେଶ ସ୍ଵାଧୀନ ହେବା ପରେ ରାଜାଙ୍କ ଅଧିନରେ ଥିବା ବହୁ ରାଜ୍ୟ ଭାରତ ବର୍ଷରେ ମିଶିନଥିଲା। ନୀଳଗିରି ଅଞ୍ଚଳର ବନମାଳୀ ଦାସ, କୈଳାସ ମହାନ୍ତି, ହାଡ଼ିବନ୍ଧୁ ରାଜ, ପ୍ରାଣବନ୍ଧୁ ଅଗସ୍ଥି, କ୍ଷେତ୍ରମୋହନ ବେହେରାଙ୍କ ସମେତ ବହୁ ଯୁବକ ରାଜାଙ୍କ ବିରୁଦ୍ଧରେ ସଂଗ୍ରାମ କରି ନୀଳଗିରିକୁ ଦେଶରେ ମିଶିବାକୁ ବାଧ୍ୟ କରିଥିଲେ। ପରେ ତତ୍କାଳୀନ ରାଜା କିଶୋରଚନ୍ଦ୍ର ମର୍ଦ୍ଧରାଜ ସ୍ଵାକ୍ଷର କରିବା ପରେ ଦେଶରେ ନୀଳଗିରି ମିଶିଥିଲା। ଏହିପରି ଦେଶରେ ଥିବା ଅନ୍ୟ ରାଜା ଶାସିତ ଅଞ୍ଚଳ ଦେଶରେ ମିଶିଥିଲା।

ନଭେମ୍ବର ୧୪ ତାରିଖକୁ ଗଡ଼ଜାତ ମିଶ୍ରଣ ଦିବସ ଭାବେ ପାଳନ କରାଯାଏ। ଏହି ଦିବସକୁ ପୂଜ୍ୟପୂଜା କମିଟି ତରଫରୁ ବେଶ ଧୂମଧାମରେ ପାଳନ କରାଯାଇଛି। ମୁଖ୍ୟ ଅତିଥି ଭାବେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ, ମୁଖ୍ୟବକ୍ତା ଭାବେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ବିଶିଷ୍ଟ ବକ୍ତାଭାବେ ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ନୀଳଗିରି ଏନଏସି ଚେୟାରମ୍ୟାନ ଅମ୍ବିକା ଦାସ, ଆରଟି ହାଇସ୍କୁଲ ପ୍ରଧାନଶିକ୍ଷକ ବିନୋଦ ବିହାରି ପଣ୍ଡାଙ୍କ ସମେତ ପୂଜ୍ୟପୂଜା କମିଟିର ସଭାପତି ସଦାଶିବ ରଥ, ସମ୍ପାଦକ ଅମରେନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସିନ ହୋଇ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ଏଥିରେ ସ୍ଵର୍ଗତ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର, ସ୍ୱାଧୀନତା ସଂଗ୍ରାମୀ ଓ ବରିଷ୍ଠ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

   Related Posts