କିଏ ଲଗାଇଲା ଦୋକାନରେ ନିଆଁ ? ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

Published By : Prameya-News7 Bureau | November 05, 2022 IST

ନୀଳଗିରି ୦୫।୧୧ : ଦୋକାନ ଗୃହରେ ଅଗ୍ନିକାଣ୍ଡ । ଜଳିପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଯୋଧ୍ୟା ଅଞ୍ଚଳରେ ଏପରି ଘଟଣା ଘଟିଛି ।  

ଖବର ଅନୁଯାୟୀ,  ଏହି ଅଞ୍ଚଳରେ ଥିବା  ସନ୍ତୋଷ ଦାସଙ୍କ ଭେରାଇଟି ଷ୍ଟୋରରେ ଶୁକ୍ରବାର ମଧ୍ୟ ରାତ୍ରରେ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନରେ ଥିବା ସଉଦା ଓ ଭେରାଇଟି ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲାବେଳକୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ସଠିକ୍‌କାରଣ ଜଣାପଡିନଥିବା ବେଳେ କେହି ପୂର୍ବ ଶତ୍ରୁତାକୁ ନେଇ  ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.