previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରତାପ ଷଡ଼ଙ୍ଗୀ, ୭ ଦଫା ଦାବିପତ୍ର ପ୍ରଦାନ

6/07/2022 at 10:37 PM

ନୀଳଗିରି, ୦୬/୦୭: ଆଜି ଅଶ୍ୱିନୀ ବୈଷ୍ଣବଙ୍କୁ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ସାକ୍ଷାତ କରିବା ସହ ଆବଶ୍ୟକୀୟ ପଦକ୍ଷେପ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପ୍ରାୟ ଅଧଘଣ୍ଟା କାଳ ଆଲୋଚନା କରି ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସୂଚନାଯୋଗ୍ୟ ବିଶିଷ୍ଟ ବେଦାନ୍ତବିତ୍ ଆଚାର୍ଯ୍ୟ ଶ୍ରୀଲ ଶ୍ରୀଧର ସ୍ବାମୀ ଓ ଶ୍ରୀଲ ବଳଦେବ ବିଦ୍ୟାଭୂଷଣଙ୍କ ନାମରେ ୨ଟି ସାପ୍ତାହିକ ରେଳ ବାଲେଶ୍ବରରୁ ଚଳାଇବା ସହ ବାଲେଶ୍ବରରୁ ମୁମ୍ବାଇ ଓ ସୁରତ ପର୍ଯ୍ୟନ୍ତ ରେଳ ଚଳାଚଳ ବ୍ୟବସ୍ଥା କରିବାକୁ ସେ ପତ୍ର ମାଧ୍ୟମରେ ଦାବି କରିଛନ୍ତି ।

ସେହିପରି ସମସ୍ତ ଏକ୍ସପ୍ରେସ ରେଳ ଗୁଡ଼ିକୁ ଶୀଘ୍ର ଚଳାଇବା, ଜଳେଶ୍ଵର, ବସ୍ତା, ରୁପସା, ବାଲେଶ୍ଵର, ପଣପଣା ଓ ସୋରରେ ସମସ୍ତ ଏକ୍ସପ୍ରେସ ଟ୍ରେନ ଅଟକାଇବା ବ୍ୟବସ୍ଥା କରିବା, ରେଳ ଲାଇନ୍ ପାର୍ଶ୍ଵବର୍ତ୍ତୀ ରାସ୍ତା ଗୁଡ଼ିକର ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଉନ୍ନତି ବିଧାନ କରିବା, ବାଙ୍ଗିରିପୋଷି-ଭୁବନେଶ୍ୱର ରେଳଗାଡିକୁ ପୂର୍ବପରି ହଳଦିପଦା ଷ୍ଟେସନରେ ରଖିବାର ବ୍ୟବସ୍ଥା କରିବା, ଫାଷ୍ଟ ପାସେଞ୍ଜର୍ ଭୁବନେଶ୍ୱରରୁ ଫେରିଲା ବେଳକୁ ପଣପଣା, ନୀଳଗିରି ରୋଡ ଏବଂ ନୂଆଗାଁ ଷ୍ଟେସନରେ ରହୁନଥିବା କାରଣରୁ ଲୋକ ବହୁ କଷ୍ଟ ପାଉଛନ୍ତି । ଏନେଇ ପ୍ରତିକାର କରିବା ପାଇଁ ପୂର୍ବପରି ତାହାକୁ ଏହି ୩ଟି ଷ୍ଟେସନରେ ରଖିବାର ବ୍ୟବସ୍ଥା କରିବା ନେଇ ୭ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି ।

ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଖୁବଶୀଘ୍ର ଏହି ଦାବିଗୁଡିକ ଉପରେ ବିଚାର କରିବାର ପ୍ରତିଶ୍ରୁତି ଦେବା ସହିତ ବିଭାଗୀୟ ଅଧିକାରୀଙ୍କୁ ଡାକି ପ୍ରାଥମିକତା ଭିତ୍ତିରେ ମୁମ୍ବାଇ ଏବଂ ସୁରତ ଯାଉଥିବା କୌଣସି ଟ୍ରେନକୁ ବାଲେଶ୍ୱର ପର୍ଯ୍ୟନ୍ତ କିପରି ଅଣାଯାଇ ପାରିବ ପରୀକ୍ଷା କରି କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

   Related Posts