Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଦ୍ୟୁତ କାଟ୍‌ ନେଇ JEଙ୍କୁ ଆକ୍ରମଣ, ମୁଣ୍ଡ ଏବଂ ଛାତିରେ ଲାଗିଛି ଗଭୀର ଆଘାତ

29/05/2023 at 9:18 AM

ନୀଳଗିରି ୨୯।୦୫ : ଇଲେକ୍ଟ୍ରିକ ଏରିଆ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳର କାର୍ଯ୍ୟରତ ଏରିଆ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

ଖବର ଅନୁଯାୟୀ, ରବିବାର ରାତିରେ ନୀଳଗିରି NAC ୫ନମ୍ବର ୱାର୍ଡ ବରିସାହିରେ ବିଦ୍ୟୁତ ଲାଇନ୍ ଗୋଟିଏ ଫେଜ ନଥିଲା। ସେହି ଅଞ୍ଚଳରେ ଘଟଣାକୁ ନେଇ ଅଭିଯୋଗ କଲେ ମଧ୍ୟ ବିଦ୍ୟୁତ ବିଭାଗ କର୍ଣପାତ ନକରିବାରୁ କାର୍ଯ୍ୟରତ ଏରିଆ ମ୍ୟାନେଜର ପାର୍ଥ ସାରଥୀ ବାରିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡିଛି।

ତେବେ ବାଇପାସ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଉତ୍ସବରୁ ଯୋଗଦେଇ ଶ୍ରୀ ରାଉତ ଫେରିବା ସମୟରେ ବରିସାହି ଅଞ୍ଚଳର ଟୁଟୁ ସ୍ୱାଇଁ ଓ ତାଙ୍କ ପରିବାର ଲୋକେ ଅଟକାଇ ପାଟିତୁଣ୍ଡ କରିଥିଲେ। ସେ ପ୍ରତିବାଦ କରିବାରୁ ସେ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ଛାତି,ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।

You Can Read :

   Related Posts