scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କୁଳଡିହାରେ ଆରମ୍ଭ ହେଲା ପକ୍ଷୀଗଣନା, ଛାତ୍ରଛାତ୍ରୀ ସାମିଲ

11/01/2023 at 2:02 PM

ନୀଳଗିରି ୧୧।୦୧: କୁଳଡିହା ଅଭୟାରଣ୍ୟରେ ଆରମ୍ଭ ହେଲା ପକ୍ଷୀଗଣନା । ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପକ୍ଷୀଗଣନା । ଏଥିରେ ସାମିଲ ଅଛନ୍ତି ଫକୀରମୋହନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ।

ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ କୁଳଡିହା ରେଞ୍ଜର ଅନନ୍ତ କୁମାର ଜେନା ପକ୍ଷୀ ଗଣନା ଲାଗି ପ୍ରାକ ପ୍ରସ୍ତୁତି କରିଛନ୍ତି । କୁଳଡିହା ଅଭୟାରଣ୍ୟ ସମତେ ଋଷିଆ ଡ୍ୟାମ,ସାତଘାଟି ଡ୍ୟାମ, ଖୋମକୁଟ ଡ୍ୟାମ ସହିତ ବିଭିନ୍ନ ଝରଣା ଗୁଡିକରେ ପକ୍ଷୀଗଣନା କରାଯିବ । ସାଧାରଣତଃ ଅଭୟାରଣ୍ୟକୁ ବହୁ ବିଦେଶୀ ପକ୍ଷୀଙ୍କ ଆସୁଥିବାର ନଜିର ଥିବା ବେଳେ ଚଳିତ ବର୍ଷ କେଉଁ ପ୍ରଜାତିର ଓ କେତେ ପକ୍ଷୀ ଆସିଛନ୍ତି । ଏନେଇ ବାଇନକୁଳାର ସାହାଯ୍ୟରେ ଗଣାଯିବ ।

ଏଥିରେ ଫକୀରମୋହନ ବିଶ୍ୱବିଦ୍ୟାଳୟ କିଛି ଛାତ୍ରଛାତ୍ରୀ ସାମିଲ ହୋଇଥିବା ସୂଚନା ଥିବା ବେଳେ ପକ୍ଷୀ ବିଶେଷଜ୍ଞ ତଥା ଟୁରିଷ୍ଟଗାଇଡ଼ ମନୋରଞ୍ଜନ ଦାସ ମଧ୍ୟ ସହଯୋଗ କରିବେ। ସେହିପରି କାଂଶ ଅଞ୍ଚଳରେ ଥିବା ବାର୍ଡ ନେଷ୍ଟିଂ ପଏଣ୍ଟ ପଦ୍ମତୋଳା ହ୍ରଦରେ ନୀଳଗିରି ରେଞ୍ଜରଙ୍କ ନେତୃତ୍ୱରେ ଏକ ଟିମ ପକ୍ଷୀ ଗଣନାରେ ନିୟୋଜିତ ହୋଇଛନ୍ତି।

   Related Posts