ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ନୀଳଗିରି ପାଲଟିବ କି ଦ୍ୱିତୀୟ ନଗଡା,୧୨ଜଣ ପୁଷ୍ଟିହୀନତା ଶିଶୁ ଚିହ୍ନଟ

23/10/2022 at 7:42 AM

ନୀଳଗିରି: ନୀଳଗିରି ପୁଣି ଦେଖାଦେଇଛି ପୁଷ୍ଟିହୀନତା ରୋଗ। କିଛିଦିନ ପୂର୍ବରୁ ଏନଏସି ଗୁଡିଖାଣିଆ ଅଞ୍ଚଳରେ କିଛି ଶିଶୁ ପୁଷ୍ଟିହୀନତା ହେବାର ସୂଚନା ମିଳିବା ପରେ ଉପଜିଲ୍ଲାପାଳ ଚିହ୍ନଟ କରି ଚିକିତ୍ସା କରାଇଥିଲେ। ପୁଣି ନୀଳଗିରିର ବିଭିନ୍ନ ଅଞ୍ଚଳରେ ୧୨ ରୁ ଉର୍ଦ୍ଧ୍ବ ଶିଶୁ ପୁଷ୍ଟିହୀନତା ରୋଗ ଚିହ୍ନଟ ପରେ ଏହା ଦ୍ୱିତୀୟ ନଗଡା ପାଲଟିବ ବୋଲି କୁହାଯାଇଛି।

ସୂଚନାଯୋଗ୍ୟ ନୀଳଗିରି ମେଡ଼ିକାଲରେ ଆଜି ୧୨ ଜଣ ପୁଷ୍ଟିହୀନତା ଶିକାର ଶିଶୁ ଏବେ ଚିକିତ୍ସିତ ହେଉଥିବା ଜଣାପଡିଛି। ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ ଆଉ ସବୁ ଚିକିତ୍ସିତ ହେଉଛନ୍ତି। ଏନେଇ ବାପା ମା ଙ୍କୁ ଚିନ୍ତା ଘାରିଥିବା ବେଳେ ଘଟଣା କୁ ଗୁରୁତର ସହ ନେଉନି ପ୍ରଶାସନ। ନୀଳଗିରି ଆଦିବାସୀ ବ୍ଲକ ଅଧିନ ପୋଡାଶୁଳ,ଧୋବଶିଳା, ଚତିରଖୁଣ୍ଟା, ମିତ୍ରପୁର, ନୀଳଗିରି ଏନଏସି, ଔପଦା ବ୍ଲକ ହାତୀଖୁଲିଆ, ରାଇରାମପୁର ଆଦି ସ୍ଥାନରୁ ପୁଷ୍ଟିହୀନତା  ଶିଶୁ ଚିହ୍ନଟ ହୋଇ ଏବେ ଚିକିତ୍ସାଧୀନ ଅଛନ୍ତି। ଅଙ୍ଗନବାଡ଼ି ପକ୍ଷରୁ ମିଳୁଥିବା ଖାଦ୍ୟ ଖାଇବା ପରେ ବି ଅପପୃଷ୍ଟି ହେଉଛି। ଭିଟାମିନ ଯୁକ୍ତ ଖାଦ୍ୟ ଦେବା ପରେ ମଧ୍ୟ ଏଭଳି ରୋଗ ଚିହ୍ନଟ ପରେ ଖାଦ୍ୟର ମାନ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ଆଦିବାସୀ ବହୁଳ ଅଞ୍ଚଳରେ ପୁଷ୍ଟିହୀନତା ଶିଶୁ ଚିହ୍ନଟ କରି ସ୍ୱତନ୍ତ୍ର ଚିକିତ୍ସା ଯୋଗାଇଦେବା ପାଇଁ ଦାବି ହୋଇଛି।

   Related Posts