ପୁଣି ନୀଳଗିରିରେ ଫାଶରେ ଫସିଲା ଭାଲୁ: ନିଶ୍ଚେତକ ଦେଇ ଉଦ୍ଧାର କଲା ବନ ବିଭାଗ

Published By : Prameya-News7 Bureau | November 09, 2018 IST

ନୀଳଗିରି ୯/୧୧ : ବାଲେଶ୍ବର ଜିଲ୍ଲା ନୀଳଗିରି ଅଂଚଳରେ ପୁଣି ଭାଲୁଙ୍କ ଉପରେ ବିପଦ ଘାରିଛି । ୧୫ଦିନ ତଳେ ବାଘମରା ଅଂଚଳର ଏକ ଭାଲୁ ବାରାହା ଫାଶରେ ପଡି ମୃତ୍ୟୁ ମୁଖରୁ ଅଲ୍ପକେ ବର୍ତ୍ତି ଯାଇଥିଲା ।  ଆଜି ପୁଣି ମହିଷାପଟା ଅଂଚଳରେ ବାରାହା ଫାଶରେ ପଡି ଗୋଟିଏ ଭାଲୁ ଛଟପଟ ହେବାର ଦେଖିବାକୁ ମିଳିଛି । ଜଙ୍ଗଲ କ୍ଷୟ ସାଙ୍ଗକୁ ଚୋରା ପଥର ଖାଦାନ ଭାଲୁମାନଙ୍କୁ ଏବେ ଗାଁ ମୁହଁ। କରିଦେଇଛି  । ଫାଶରେ ପଡିଥିବା ଭାଲୁଟିକୁ ଟ୍ରାଙ୍କୁଲାଇଜର ଟିମ ସହାୟତାରେ କାବୁ କରାଯାଇ ଜଙ୍ଗଲରେ ଛଡାଯାଇଛି । ବାଲେଶ୍ବର ଜିଲ୍ଲା ନୀଳଗିରି ଅଂଚଳରେ ହାତୀ ଉପଦ୍ରବ ପରେ ଏବେ ଭାଲୁ ଉପଦ୍ରବ ବଢିବାରେ ଲାଗିଛି । ଜଙ୍ଗଲ କ୍ଷୟ ସାଂଗକୁ ଚୋରା ପଥର ଖାଦାନ ପାଇଁ ଭାଲୁମାନେ ଏବେ ଗାଁ ମୁହଁ। ହୋଇଛନ୍ତି ।୩ମାସ ତଳେ ଧୋବଶିଳା ଅଂଚଳରେ ଏକ ଭାଲୁ ଗାଁ ପଶି ଆତଙ୍କ ଚଳାଇଥିଲା । ଟ୍ରାଙ୍କୁଲାଇଜର ଟିମ ସହୟତାରେ ଭାଲୁଟିକୁ କାବୁ କରାଯାଇ କୁଲଡିହା ଅଭୟାରଣ୍ୟରେ ଛଡାଯାଇଥିଲା । ସେହିପରି ଗତ ମାସ ୨୬ ତାରିଖ ଦିନ ବାଘମରା ଅଂଚଳର ନୂଆକୁଳିଆ ଗାଁର ଶିକାରୀ ବସାଇଥିବା ବାରାହା ଫାଶରେ ଗୋଟିଏ ଭାଲୁ ପଡି ଛଟପଟ ହେଉଥିଲା ।  ତାକୁ ମଧ୍ୟ ଟ୍ରାଙ୍କୁଲାଇଜ କରାଯାଇ ବହୁ କଷ୍ଟରେ ପାଖ ଜଙ୍ଗଲରେ ଛାଡିଦିଆଯାଇଥିଲା । ସେହିଭଳି ଆଜି ସକାଳେ ୩ଟି ଭାଲୁ ମହିଷା ପଟା ଗାଁ ନିକଟରେ ଥିବା ଜଙ୍ଗଲକୁ ଫେରୁଥିବାବଳେ ଶିକାରୀ ବସାଇଥିବା ଫାଶରେ ଗୋଟିଏ ପିଲା ଭାଲୁ ପଡିଯାଇଥିଲା । ଫଲରେ ମା ଭାଲୁଟି ଗର୍ଜନରେ ଥରହର କରିଦେଇଥିବାବଳେ ଫାଶରେ ପଡିଥିବା ଭାଲୁଟି ଯନ୍ତ୍ରଣାରେ ଛଟପଟ ହେଉଥିଲା । ନୀଳଗିରି ବନ ବିଭାଗ ଖବର ପାଇ ଭାଲୁଟିର ସୁରକ୍ଷା ନେଇ ବ୍ୟାପକ କର୍ମଚାରୀ ନିୟୋଯିତ କରିଥିଲେ । ଭାଲୁ ଦେଖିବାକୁ ଶତାଧତ୍କ ଲୋକ ରୁଣ୍ଡ ହୋଇଥିଲେ । ଆଇନ ଶୃଙ୍ଖଳା ନେଇ ନୀଳଗିରି ପୋଲିସ ପହଂଚିଥିଲା । ଭଅଲୁଟିକୁ ଧରିବା ପାଇଁ ଶିମିଳିପାଳର ଏକ ବିଶେଷଜ୍ଞ ଦଳ ପହଂଚି ନିସ୍ତେଜକ ଇଜେକସନ ଦେଇ ଭାଲୁଟିକୁ ଚେତାଶୂନ୍ୟ କେରିବା ପରେ ଚିକିତ୍ସା   କରାଯାଇଥିଲା । ପେଟରେ ଗୁଡାଇ ହୋଇଯାଇଥିବା ଫାଶକୁ କାଟିବା ସହ ଭାଲୁଟିକୁ ଚିକିତ୍ସା କରାଯାଇ ପାଖ ଜଙ୍ଗଲରେ ଛଡାଯାଇଥିଲା । ତବେ ବାମମ୍ବାର ଗାଁ ଭିତରକୁ ଜଙ୍ଗଲରୁ ଭାଲୁ ଆସି ଉପଦ୍ରବ ଚଳାଉଥିବା ନେଇ ଲୋକେ ଅସଂତୋଷ ପ୍ରକାଶ କରିଛନ୍ତି । ସ୍ବର୍ଣ୍ଣଚୂଡ ପାହାଡ ଚାରିପଟରେ ଏକ ତାର ବାଡ କରିବା ସହ ସେମାନଙ୍କ ଖାଦ୍ୟ ପାଇଁ ବନ ବିଭାଗ ପଦକ୍ଷେପ ନେବା ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.