Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ନିକ୍କି ଯାଦବ ହତ୍ୟା ଘଟଣାରେ ବନ୍ଧା ହେଲେ ଆଉ ୫ଜଣ, ୨୦୨୦ରୁ ବିବାହ କରିଥିଲେ ନିକ୍କି ଓ ସାହିଲ…

18/02/2023 at 2:39 PM

ନୂଆଦିଲ୍ଲୀ ୧୮।୦୨: ଦିଲ୍ଲୀରେ ଘଟିଥିବା ନିକ୍କି ଯାଦବ ହତ୍ୟା ମାମଲା ପୁରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏବେ ଏହି ହତ୍ୟା ଘଟଣାରେ ଆଉ ୫ଜଣଙ୍କୁ ବାନ୍ଧିଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । ସେମାନଙ୍କ ମଧ୍ୟରେ ସାହିଲଙ୍କ ବାପାଙ୍କ ସମେତ ସାଙ୍ଗ ଓ ସମ୍ପର୍କୀୟ ଭାଇ ବି ସାମିଲ ଅଛନ୍ତି । କ୍ରାଇମବ୍ରାଞ୍ଚ ସାହିଲଙ୍କ ପିତା ବିରେନ୍ଦ୍ର ସିଂ, ଭାଇ ଆଶିଷ ଏବଂ ନବୀନ, ବନ୍ଧୁ ଲୋକେଶ ଏବଂ ଅମରଙ୍କୁ ଗିରଫ କରିଛି। ସବୁଠାରୁ ବଡ କଥା ହେଉଛି, ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନବୀନ ହେଉଛନ୍ତି  ଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ ।

ସ୍ୱତନ୍ତ୍ର ସିପି ରବିନ୍ଦର ଯାଦବ କହିଛନ୍ତି ଯେ, ‘ପୋଲିସ ହେପାଜତରେ ରିମାଣ୍ଡରେ ଥିବା ସାହିଲ ଗେହଲଟଙ୍କୁ ପଚରାଉଚରା କରାଯାଇଥିଲା । ସେ ତାଙ୍କର ପୂରା ପ୍ଲାନ୍ ବିଷୟରେ କହିଥିଲେ । ଏହାପରେ ସମସ୍ତ ୫ ସହଯୋଗୀଙ୍କୁ ପଚରାଉଚରା କରାଯାଇଥିଲା । ଏହାପରେ ସେମାନଙ୍କୁ କରାଯାଇଥିଲା ଗିରଫ । ତେବେ ଏହି ଘଟଣାର ଚାଲିଛି ଅଧିକ ତଦନ୍ତ ।

କେବଳ ଲିଭ-ଇନ୍‌ରେ ରହୁନଥିଲେ, ଆର୍ଯ୍ୟ ସମାଜରେ ବିବାହ ବି କରିଥିଲେ ନିକ୍କି ଓ ସାହିଲ । ଉଭୟ ଅକ୍ଟୋବର ୨୦୨୦ରେ ନୋଏଡାର ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିଲେ । ଏହି ବିବାହରେ ସାହିଲଙ୍କ ପରିବାର ଅସନ୍ତୁଷ୍ଟ ଥିଲେ । ତେଣୁ ସେମାନେ ନିକ୍କିଙ୍କୁ ରାସ୍ତାରୁ ହଟାଇବାକୁ ଚାହୁଁଥିଲେ। ସାହିଲଙ୍କ ପରିବାର ଡିସେମ୍ବର ୨୦୨୨ରେ ପୁଅର ଅନ୍ୟତ୍ର ବିବାହ ସ୍ଥିର କରିଥିଲେ। ଏପରିକି ଝିଅ ଘର ନିକଟରେ ପୁଅ ବିବାହିତ ବୋଲି ଜଣାଇନଥିଲେ । ରିମାଣ୍ଡରେ ନେବାବେଳେ ସାହିଲ ଏବଂ ନିକ୍କିଙ୍କ ବିବାହ ପ୍ରମାଣପତ୍ରକୁ ପୁଲିସ ଜବତ କରିଛି।

ସୂଚନାଯୋଗ୍ୟ, ଅଭିଯୁକ୍ତ ସାହିଲ ଫେବୃଆରୀ ୧୦ ତାରିଖ ସକାଳ ୯ଟାରେ ନିକ୍କିଙ୍କୁ ହତ୍ୟା କରିଥିଲେ । ସେ ନିକ୍କିଙ୍କ ମୃତଦେହକୁ କାଟି ଏକ ଢାବାର ଫ୍ରିଜ୍‌ ମଧ୍ୟରେ ରଖି ଫେରାର ହୋଇଯାଇଥିଲେ । ସାହିଲ କାରରେ ଥିବା ମୋବାଇଲ ଡାଟା କେବୁଲକୁ ବ୍ୟବହାର କରି ନିକ୍କିଙ୍କୁ ହତ୍ୟା କରିଥିଲେ । ଏହାର ପ୍ରାୟ ୧୨ ଘଣ୍ଟା ପରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଫ୍ରିଜରୁ ଯୁବତୀଙ୍କ ଶରୀରର କଟାଖଣ୍ଡ ସବୁ ଉଦ୍ଧାର କରିଛି । ଏଥିରେ ତାଙ୍କ ସାଙ୍ଗ ଓ ସମ୍ପର୍କୀ ଭାଇ ସାହାଯ୍ୟ କରିଥିବା ସ୍ପଷ୍ଟ ହୋଇଛି ।

   Related Posts