କରୋନା ସଂକ୍ରମିତ ହେଲେ ଅଭିନେତ୍ରୀ ନିକ୍କି ତାମ୍ବୋଲି, ପୋଷ୍ଟ ସେୟାର କରି ଦେଲେ ସୂଚନା
3/07/2022 at 8:08 AM

ମୁମ୍ବାଇ ୦୩।୦୭: ସାରା ଦେଶରେ ଏବେ ପୁଣି ଥରେ କରୋନା କାୟା ବଢିବାରେ ଲାଗିଛି । ଚାରିଆଡେ ଏବେ ପୁଣି ମାସ୍କ ବାଧ୍ୟତାମୁଳକ ହୋଇଛି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତ୍ରୀ ନିକ୍କି ତାମ୍ବୋଲି କରୋନା ପଜିଟିଭ୍ ହୋଇଛନ୍ତି। ଏବିଷୟରେ ଅଭିନେତ୍ରୀ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ନିକି କହିଛନ୍ତି ସେ ନିଜ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି।
ନିକି ଶନିବାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେଥିରେ ସେ ଲେଖିଛନ୍ତି, ‘ମୋର କୋଭିଡ -୧୯ ରିପୋର୍ଟ ପଜିଟିଭ୍ ଆସିଛି। ମୋର ବହୁତ ଗମ୍ଭୀର ଲକ୍ଷଣ ରହିଛି। ନିଶ୍ଚିତ ହେବା ପରେ, ମୁଁ ନିଜକୁ ଘରେ କ୍ୱାରେଣ୍ଟାଇନରେ ରଖିଛି, ଯେଉଁଠାରେ ମୁଁ ଆବଶ୍ୟକ ସହ ସତର୍କତା ଅବଲମ୍ବନ କରୁଛି। ଗତ କିଛି ଦିନ ମଧ୍ୟରେ ମୋ ସହିତ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ତାଙ୍କୁ ମୋର ଅନୁରୋଧ, ସେମାନେ ଯଥାଶୀଘ୍ର ଟେଷ୍ଟ କରାଇ ନିଅନ୍ତୁ। ମାସ୍କ ପିନ୍ଧିବା ଏବଂ କରୋନା ନିୟମ ପାଳନ କରିବାକୁ ସମସ୍ତ ଲୋକଙ୍କୁ ମୋର ନିବେଦନ।
ବର୍ତ୍ତମାନ ନିକିଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତାଙ୍କର ଆରୋଗ୍ୟ କାମନା କରି ଫ୍ୟାନ୍ସ କମେଣ୍ଟ ଦେଉଛନ୍ତି। ଫ୍ୟାନ୍ସଙ୍କ ବ୍ୟତୀତ ଅନେକ କଳାକାର ମଧ୍ୟ ଅଭିନେତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତି।