ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଆମେରିକା ରାଷ୍ଟ୍ରପତି ଦୌଡରେ ନିକ୍କି ହେଲି, ଭାରତୀୟ ବଂଶୋଦ୍ଭବଙ୍କ ସହ ହେବ ଟ୍ରମ୍ପଙ୍କ ମୁକାବିଲା

14/02/2023 at 8:19 PM

ନୂଆଦିଲ୍ଲୀ: ଦକ୍ଷିଣ କାରୋଲିନାର ପୂର୍ବତନ ଗଭର୍ଣ୍ଣର ନିକ୍କି ହେଲି ୨୦୨୪ରେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନାମାଙ୍କନ ପାଇଁ ଦାବି କରିବେ । ଟ୍ରମ୍ପ ପ୍ରଶାସନଙ୍କ କାର୍ଯ୍ୟକାଳରେ ଆମେରିକାର ଦୂତ ଥିବା ନିକ୍କି ହେଲି ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ୍ ପାର୍ଟି ପକ୍ଷରୁ ପ୍ରାର୍ଥୀତ୍ୱ ହାସଲ କରିବା ପାଇଁ ନିଜ ଅଭିଯାନ ଆରମ୍ଭ କରିଛନ୍ତି । ୫୧ ବର୍ଷୀୟ ହେଲି ଦୁଇ ଥର ଦକ୍ଷିଣ କାରୋଲିନାର ଗଭର୍ଣ୍ଣର ଭାବେ ସେବା ପ୍ରଦାନ କରିସାରିଛନ୍ତି ।

ଏହା ପୂର୍ବରୁ ଟ୍ରମ୍ପ ନିଜ ଦଳ ପକ୍ଷରୁ ୨୦୨୪ରେ ରାଷ୍ଟ୍ରପତି ପଦର ନାମାଙ୍କନ ପାଇଁ ଏକମାତ୍ର ପ୍ରାର୍ଥୀ ରିପବ୍ଲିକାନ ଥିଲେ । ଗତ ବର୍ଷ ଟ୍ରମ୍ପ ହ୍ୱାଇଟ୍ ହାଉସ ପାଇଁ ନିଜ ପ୍ରାର୍ଥୀତ୍ୱ ନେଇ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କୁ ଭାରତୀୟ ବଂଶୋଦ୍ଭବଙ୍କ ସିଧାସଳଖ ମୁକାବିଲା ହେବ । ହେଲି ନିଜ ଭବିଷ୍ୟତ ଯୋଜନାକୁ ନେଇ ଏକ ଭିଡିଓ ଜାରି କରିଛନ୍ତି । ନିକ୍କି ହେଲି ଭିଡିଓରେ କହିଛନ୍ତି, ‘ମୁଁ ନିକ୍କି ହେଲି ଏବଂ ରାଷ୍ଟ୍ରପତି ଦୌଡରେ ସାମିଲ ହୋଇଛି’।

ନିକ୍କି ହେଲିଙ୍କ ଭାରତର ପଞ୍ଜାବ ସହ ରହିଛି ସମ୍ପର୍କ । ଜନ୍ମ ସମୟରେ ତାଙ୍କ ନାଁ ନିମ୍ରତା ନିକ୍କି ରନ୍ଧାୱା ଥିଲା । ଦକ୍ଷିଣ କାରୋଲିନାର ବାମବର୍ଗ କାଉଣ୍ଟି ହସ୍ପିଟାଲରେ ଏକ ପ୍ରବାସୀ ଭାରତୀୟ ପଞ୍ଜାବ ଶିଖ ପରିବାରରେ ତାଙ୍କ ଜନ୍ମ ହୋଇଥିଲା । ତାଙ୍କର ବାପା, ଅଜିତ୍ ସିଂ ରନ୍ଧାୱା ଏବଂ ତାଙ୍କ ମାଆ ରାଜ କୌର ରନ୍ଧାବା ଅମୃତସରରୁ ଆସି ଆମେରିକାରେ ବାସ କରିଥିଲେ ।

   Related Posts