ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ମାଛ ଧରିବାକୁ ଯାଇ ମତ୍ସଜୀବୀ ନିଖୋଜ, ସାମୁଦ୍ରିକ ଥାନାରେ ଅଭିଯୋଗ

19/10/2022 at 10:45 AM

ଚାନ୍ଦବାଲି ୧୯।୧୦ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଧାମରାରେ ଅଘଟଣ । ମାଛଧରା ବୋଟ୍‌ରୁ ଖସି ମତ୍ସଜୀବୀ ନିଖୋଜ । ଧାମରା ସାମୁଦ୍ରିକ ଥାନା କର୍ମଚାରୀ ପହଞ୍ଚି ଘଟଣା ର ତଦନ୍ତ ଚଳାଇଛନ୍ତି l

ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ବଳରାମ ଗଡି ଅଞ୍ଚଳର ତାପସ ଦାସଙ୍କ ମାଛଧରା ବୋଟ ଧାମରା ମତ୍ସ୍ୟପୋତାଶ୍ରୟ ନିକଟରେ ଲଙ୍ଗର କରି ରହିଥିଲା। ମଙ୍ଗଳବାର ମଧ୍ୟରାତ୍ରୀରେ ବୋଟରେ କାର୍ଯ୍ୟରତ ଇନ୍ଦ୍ର ମଳିକ ନାମକ ମତ୍ସ୍ୟଜୀବୀ ସମୁଦ୍ରରେ ଖସିପଡ଼ିଥିଲେ। ପରେ ଅନ୍ୟ ମତ୍ସ୍ୟଜୀବୀ ଏକଥା ଜାଣିବା ପରେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ଖୋଜ ଖବର ମିଳିନଥିଲା। ଫଳରେ ଏନେଇ ଧାମରା ସାମୁଦ୍ରିକ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଧାମରା ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି ।

   Related Posts