ପୋଲ ଉପରୁ ବ୍ୟାଙ୍କ କର୍ମଚାରୀ ନିଖୋଜ, ଅପହରଣ ନା ଆଉ କ'ଣ ?

Published By : Prameya-News7 Bureau | August 11, 2022 IST

ବିନିକା ୧୧।୦୮ : ଘରକୁ ଆସୁଥିଲେ , ହେଲେ ଅଧା ରାସ୍ତାରୁ ହୋଇଗଲେ ଗାଏବ । ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚେରୁପାଲି ଅଙ୍ଗନଦୀ ପୋଲ ଉପରୁ ବ୍ୟାଙ୍କ କର୍ମଚାରୀ ନିଖୋଜ । ବରଗଡ଼ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରେ ଏଗ୍ରିକଲଚର ମ୍ୟାନେଜର ଭାବେ କାମ କରନ୍ତି ଦିବ୍ୟରଞ୍ଜନ ମିଶ୍ର  ।

ଖବର ଅନୁଯାୟୀ, ବୁଧବାର ସଂଧ୍ୟାରେ ବ୍ୟାଙ୍କରୁ ବାହାରିବା ସମୟରେ ପରିବାର ଲୋକଙ୍କ ସହ କଥା ହୋଇଥିଲେ ଦିବ୍ୟରଞ୍ଜନ । ଏହା ପରେ ସଂଧ୍ୟା ୭ଟା ପରଠାରୁ ତାଙ୍କର ଫୋନ୍‌ ଆଉ ଲାଗିନଥିଲା । ତେବେ ସେହି ରାସ୍ତାଦେଇ ଆସୁଥିବା କିଛି ଲୋକ ବ୍ରିଜ ଉପରେ ବାଇକ୍ ଓ ଚପଲ ପଡିଥିବା ଦେଖିଥିଲେ I ଦିବ୍ୟରଞ୍ଜନ ନଦୀକୁ ଡେଇଁ ଆତ୍ମହତ୍ଯା କରିଛନ୍ତି ନା ତାଙ୍କୁ ଏହି ନିଛାଟିଆ ଜାଗାରୁ ଅପହରଣ କରାଯାଉଛି । ସେନେଇ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ପୋଲିସର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି I  ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ  । ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜଖୋଜି କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.