ନିଖୋଜ ଶିକ୍ଷକଙ୍କ ମୃତଦେହ ଉଦ୍ଧାର: ପରିବାର ଲୋକେ କହିଲେ, 'ହତ୍ୟା କରି ଫିଙ୍ଗି ଦେଇଛନ୍ତି'

Published By : Prameya-News7 Bureau | December 24, 2020 IST

ଆନନ୍ଦପୁର୨୪/୧୨: ନିଖୋଜ ଶିକ୍ଷକଙ୍କ ମୃତଦେହ ଉଦ୍ଧାର। ସେ ଦୀର୍ଘ ୨ ହେବ ନିଖୋଜ ଥିଲେ। ମିଳିଥିବା ସୂଚନା ମୁତାବକ, ଏକ ନଦୀପଠାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ଆନନ୍ଦପୁର ବ୍ଲକ୍ ସନ୍ତୋଷପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥି​‌ଲେ। ମୃତ ଶିକ୍ଷକ ହେଲେ ତନେଇପାଳ ଗାଁର ମାଧବାନନ୍ଦ ମହାନ୍ତ।

ସୂଚନାଥାଉକି ଗତ ୨୨ ତାରିଖ ଦିନ ସାଢେ ୩ଟାରୁ ଘରୁ ବାଇକ୍ ଧରି ବାହାରି ଯାଇଥିଲେ। ହେଲେ ସେ ଆଉ ଫେରି ନଥିଲେ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଥାନାରେ ନିଖୋଜ ଅଭିଯୋଗ ଦାୟର କରିଥିଲେ। ଗତକାଲି ତାଙ୍କ ବାଇକ୍‌ ରାସ୍ତାରେ କଡରେ ପଡିଥିବା ଦେଖିବାକୁ ମିଳିଥିଲା।

ଏହାପରେ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ଘନେଇ ଥିଲା। ବାଇକ ମିଳିଥିବା ସ୍ଥାନରୁ ମାତ୍ର ୧୦୦ ମିଟର ଦୂରେ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏପଟେ ଶିକ୍ଷକଙ୍କ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.