ସିଏମସିର କମିଶନର ଭାବେ ଦାୟିତ୍ୱଗ୍ରହଣ କଲେ ନିଖିଲ ପୱନ କଲ୍ୟାଣ

Published By : Prameya-News7 Bureau | June 27, 2022 IST

କଟକ ୨୭/୦୬ : କଟକ ମ୍ୟୁନିସିପାଲ୍ କର୍ପୋରେସନ (ସିଏମସି) ର କମିଶନର ଭାବେ ନିଖିଲ ପୱନ କଲ୍ୟାଣ ଦାୟିତ୍ବ ଗ୍ରହଣ କରିଛନ୍ତି। ପୱନ କଲ୍ୟାଣ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ମା କଟକ ଚଣ୍ଡୀଙ୍କୁ ଦର୍ଶନ କରି ତାଙ୍କର ଆଶୀର୍ବାଦ ନେଇଛନ୍ତି। ସେ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବାପରେ ପ୍ରତିକ୍ରିୟା ଦେଇ କହିଛନ୍ତି ‘’କଟକ ହେଉଛି ବହୁ ପୁରୁଣା ସହର, ତେଣୁ ଏଠାରେ କାମ କରିବା ଚ୍ୟାଲେଞ୍ଜିଂ ରହିବ। ସମସ୍ତଙ୍କ ସହଯୋଗରେ ସମସ୍ତ କାମକୁ ଆଗକୁ ନେବାକୁ ଚେଷ୍ଟା କରିବି। ପୂର୍ବ ଅଭିଜ୍ଞତାକୁ ନେଇ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କାମ କରିବି। ରାଜ୍ୟ ସରକାରଙ୍କ ଦ୍ବାରା ଏବଂ ୫ଟି (5-T) ଅଧୀନରେ ହେଉଥିବା କାର୍ଯ୍ୟର ଅଗ୍ରଗତି ପାଇଁ ଚେଷ୍ଟା କରିବି’’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.