Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

CMCର ନୂଆ କମିଶନର ଭାବେ ଦାୟିତ୍ଵ ଗ୍ରହଣ କଲେ ନିଖିଲ ପବନ କଲ୍ୟାଣ, କହିଲେ- ଏଠାରେ କାମ କରିବା ଚ୍ୟାଲେଞ୍ଜିଂ ରହିବ

27/06/2022 at 6:13 PM

କଟକ: CMCର ନୂଆ କମିଶନର ଭାବେ କାର୍ଯ୍ୟରେ ଯୋଗଦେଲେ ନିଖିଲ ପବନ କଲ୍ୟାଣ । ସୋମବାର ସିଏମ୍‌ସି ଅଫିସରେ ପହଞ୍ଚି ଦାୟିତ୍ବ ଗ୍ରହଣ କରିଛନ୍ତି । କାର୍ଯ୍ୟଭାର ସମ୍ଭାଳିବା ପୂର୍ବରୁ କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ସମସ୍ତଙ୍କ ସହଯୋଗରେ ସହରର ସାମଗ୍ରୀକ ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବା ସହ ବିକାଶ ପାଇଁ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତ୍ବରାନ୍ବିତ କରାଯିବ ବୋଲି କମିଶନର କହିଛନ୍ତି ।

ସୁନ୍ଦରଗଡରୁ ଆସି  ଆଜି ସିଏମ୍‌ସି ଅଫିସରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ନିଖିଲ ପବନ କଲ୍ୟାଣ। ତେବେ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କୁ ସେ ଦର୍ଶନ କରିଥିଲେ ।  କଟକ ହେଉଛନ୍ତି ବହୁ ପୁରୁଣା ସହର । ତେଣୁ ଏଠାରେ କାମ କରିବା ନିହାତି ଭାବେ ଚ୍ୟାଲେଞ୍ଜିଂ ରହିବ । ସହରରେ ମୁଖ୍ୟ ସମସ୍ୟା ମଧ୍ୟରେ ଡ୍ରେନେଜ ସମସ୍ୟା, ଜଳ ବନ୍ଦୀ ସମସ୍ୟା।  ସମସ୍ତଙ୍କ ସହଯୋଗରେ ସହରର ସାମଗ୍ରୀକ ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ନିଜର ପ୍ରତିକ୍ରିୟାରେ ନିଖିଲ ପୱନ କଲ୍ୟାଣ କହିଛନ୍ତି । କଟକ ସହରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତ୍ବରାନ୍ବିତ କରାଯିବ ବୋଲି କମିଶନର କହିଛନ୍ତି ।

୨୦୧୨ ମସିହାର ଆଇଏଏସ୍‌ ଅଫିସର  ହେଉଛନ୍ତି ନିଖିଲ ପବନ କଲ୍ୟାଣ । ଏହା ପୂର୍ବରୁ ସେ ସୁନ୍ଦରଗଡ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଛନ୍ତି ।  ଏହାସହ ରାଉରକେଲା ଏବଂ ବ୍ରହ୍ମପୁର ସହରରେ ମଧ୍ୟ କାମ କରିଛନ୍ତି ସେ । ତେଣୁ ସହରର ବିକାଶ ଦିଗରେ ପୂର୍ବ ଅଭିଜ୍ଞତାକୁ ନେଇ ବିଭିନ୍ନ ସମସ୍ୟାର ସମାଧାନ କରିବେ ବୋଲି ସିଏମ୍‌ସି କମିଶନର କହିଛନ୍ତି । ପ୍ରାଥମିକତା ଭାବେ ଚଣ୍ଡିମନ୍ଦିର ଉନ୍ନତିକରଣ ପ୍କକଳ୍ପ କାମ , ଏସସିବି ମେଡିକାଲ ସଂପ୍ରସାରଣ କାର୍ଯ୍ୟ, ନେତାଜୀ ବସ୍ ଟର୍ମିନାଲ, ଜାଇକା ପ୍ରକଲ୍ଫ ଆଦି କାମକୁ ପ୍ରାଧାନ୍ୟ ଦିଆଯିବ । ବରିଷ୍ଠ ଅଧିକାରୀଙ୍କ ସହ ସମସ୍ତ କାମର ସମୀକ୍ଷା କରାଯାଇ ତ୍ବରାନ୍ବିତ କରାଯିବ । ଏହାସହ କଳା ସଂସ୍କୃତିର ସହରରେ ପରମ୍ପରା ବଜାୟ ସହ କିଭଳି ସମସ୍ତ ପ୍ରକାର ପର୍ବପର୍ବାଣୀ ସୁରୁଖୁରୁରେ ସମ୍ପାଦନ ହେବ ସେନେଇ ବିଶେଷ ଧ୍ୟାନ ଦେବେ ବୋଲି କମିଶନର କହିଛନ୍ତି ।

କଟକ ହେଉଛି ଭାଇଚାରାର ସହର । ତେଣୁ ଲୋକଙ୍କ ସହ ମିଶି ସେମାନଙ୍କ ସହଯୋଗରେ କଟକର ବିକାଶ କ୍ଷେତ୍ରରେ କାମ କରିବେ ବୋଲି ନୂଆ କମିଶନର ଆଶ୍ଵାସନା ଦେଇଛନ୍ତି ।

   Related Posts