Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଷ୍ଟାର୍ ବକ୍ସର ନିଖତ ଜରିନ

26/03/2023 at 6:53 PM

ନୂଆଦିଲ୍ଲୀ: ଭାରତୀୟ ମହିଳା ବକ୍ସର ନିଖତ ଜରିନଙ୍କ କମାଲ। ବିଶ୍ୱ ବକ୍ସିଂ ଚାମ୍ପିୟନସିପ୍‌ରେ ଲଗାତର ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଲେ ଷ୍ଟାର୍ ବକ୍ସର ନିଖତ ଜରିନ। ଫାଇନାଲ୍‌ ମ୍ୟାଚ୍‌ରେ ଭିଏତନାମର ନ୍ୟୁଗେନ୍ ଥି ତାମଙ୍କୁ ୫-୦ରେ ପରାସ୍ତ କରି ସେ ଭାରତ ପାଇଁ ଗୌରବ ଆଣିଛନ୍ତି। ଗତ ବର୍ଷ ମଇ ମାସରେ ମଧ୍ୟ ନିଖତ ଏହି ଟୁର୍ଣ୍ଣାମେଣ୍ଟର ସ୍ୱର୍ଣ୍ଣ ଜିତିଥିଲେ।

ରବିବାର(୨୬ ମାର୍ଚ୍ଚ) ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନ୍‌ଡୋର ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ଭିଏତନାମର ନ୍ୟୁଗେନ୍ ଥି ତାମଙ୍କ ସହ ନିଖତଙ୍କର ମୁକାବିଲା ହୋଇଥିଲା। ଆରମ୍ଭରୁ କଡ଼ା ପ୍ରହାର କରି ପ୍ରଥମ ରାଉଣ୍ଡରେ ଲିଡ୍‌ ନେଇଥିଲେ ଜରିନ। ସେହିପରି ଦ୍ୱିତୀୟ ରାଉଣ୍ଡରେ ବି ଆଗୁଆ ରହିଥିଲେ।

ତୃତୀୟ ରାଉଣ୍ଡରେ ନ୍ୟୁଗେନ୍ ଥି ତାମଙ୍କୁ ଜବରଦସ୍ତ ପଞ୍ଚ ମାରିଥିଲେ ଜରିନ। ଏହାପରେ ରେଫରୀ ଅଧାରୁ ମ୍ୟାଚ୍ ଅଟକାଇ ନ୍ୟୁଗେନ୍‌ ଥି ତାମ୍‌ଙ୍କ ଅବସ୍ଥା ପଚାରି ବୁଝିଥିଲେ। ଏହିଠାରୁ ହିଁ ସ୍ୱର୍ଣ୍ଣ ପଦକ ଜିତିବା ଏକପ୍ରକାରର ସ୍ଥିର ହୋଇଯାଇଥିଲା। ଫାଇନାଲ୍ ରାଉଣ୍ଡରେ ମଧ୍ୟ ଭଲ ପ୍ରଦର୍ଶନ କରି ନିଖତ ୫-୦ରେ ମ୍ୟାଚ୍ ଜିତି ନେଇଛନ୍ତି। ଏହାକୁ ମିଶାଇ ବିଶ୍ୱ ବକ୍ସିଂ ଚାମ୍ପିୟନସିପ୍‌ରେ ନିଖତ ଲାଗତର ଦ୍ୱିତୀୟ ଥର ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି।

ଏହାପୂର୍ବରୁ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଥିଲା। ଭାରତର ଟପ୍ ବ୍ୟାଡ୍‌ମିଣ୍ଟନ ଯୋଡ଼ୀ ସାତ୍ତିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ମିଳିତ ଭାବେ ସ୍ୱିସ୍ ଓପନ ୨୩ ପୁରଷ ଯୁଗଳ ଟାଇଟଲ ଜିତିଛନ୍ତି। ୨୦୨୩ରେ ଏହା ତାଙ୍କର ପ୍ରଥମ ଟାଇଟଲ।

   Related Posts