CWG 2022: ଉଦଯାପନୀ ସମାରୋହରେ ନିକହତ ଏବଂ ଶରତ ଭାରତର ଧ୍ୱଜାବାହକ, ଜାଣନ୍ତୁ କେମିତି ରହିଛି ଦୁହିଁଙ୍କ ପ୍ରଦର୍ଶନ

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ: ସୋମବାର ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ର ଶେଷ ଦିନ। ଶେଷ ଦିନରେ ଭାରତୀୟ ଖେଳାଳି କମାଲ କରି ଦେଶ ପାଇଁ ସ୍ୱର୍ଣ୍ଣ  ସହ ଅନ୍ୟ ପଦକ ଜିତିଛନ୍ତି। ଖବର ଲେଖାଯିବା ସୁଦ୍ଧ ୧୮ଟି ସ୍ୱର୍ଣ୍ଣ ପଦକ ଜିତିସାରିଛି । ଏହାସହ ଭାରତର ମୋଟ ପଦକ ୫୫ରେ ପହଞ୍ଚିଛି । ଜୁଲାଇ ୨୮ ରାଜ୍ୟଗୋଷ୍ଠୀ କ୍ରୀଡାର ନିଜର ସମାପନ ଆଡକୁ ବଢୁଛି । ତେବେ କ୍ଲୋଜିଂ ସେରେମନିରେ ଭାରତ ପକ୍ଷରୁ ନିକହତ ଜରୀନ ଏବଂ ଶରତ କମଲ ଧ୍ୱଜାବାହକ ହେବ। ନିକହତ ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଶରତ ଟେବୁଲ ଟେନିସରେ ସ୍ୱର୍ଣ୍ଣ ଜିତିଛନ୍ତି।  

ରାଜ୍ୟଗୋଷ୍ଠୀ କ୍ରୀଡାର ଉଦଯାପନୀ କାର୍ଯ୍ୟକ୍ରମ ବର୍ମିଂଗମର ଆଲେକ୍ସଜାଣ୍ଡର ଷ୍ଟାଡିୟମରେ କରାଯିବ । ଏହା ଭାରତୀୟ ସମୟ ଅନୁସାରେ ରାତି ୧୨.୩୦ଟାରେ ଆରମ୍ଭ ହେବ। ଏଥିରେ ବହୁ ବିଶିଷ୍ଟ କଳାକାର ସାମିଲ ହେବ।

ଚଳିତ ବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡାରେ ନିକହତ ବକ୍ସିଂର ମହିଳା ଲାଇଟଫ୍ଲାଇ କ୍ୟାଟେଗୋରୀର ଫାଇନାଲରେ ଉତ୍ତର ଆୟରଲ୍ୟାଣ୍ଡର କାର୍ଲେ ମ୍ୟାକନାଉଲଙ୍କୁ ୫-୦ରେ ହରାଇଥିଲେ । ଏହାସହ ସେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ । ଅନ୍ୟପଟେ ଶରତ କମଲ ଟେବୁଲ ଟେନିସର ମିକ୍ସଡ୍ ଡବଲ୍ସରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଫାଇନାଲରେ ସେ ଶ୍ରୀଜା ଅକୁଲାଙ୍କ ସହ ମିଶି ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଥିଲେ । ଫାଇନାସ ମୁକାବିଲାରେ ଭାରତୀୟ ଯୋଡି ମାଲେସିଆ ଯୋଡିଙ୍କୁ ପରାସ୍ତ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.