ବ୍ଲକସ୍ତରୀୟ ନିଶ୍ଚିତ କର୍ମନିଯୁକ୍ତି ମେଳା, ଯୋଗଦେଲେ ୧୫୦ରୁ ଅଧିକ ଯୁବକ-ଯୁବତୀ

Published By : Prameya-News7 Bureau | September 03, 2022 IST

ପୁରୀ ୦୩।୦୯ : ବ୍ଲକସ୍ତରୀୟ ନିଶ୍ଚିତ କର୍ମନିଯୁକ୍ତି ମେଳା ଅନୁଷ୍ଠିତ। ପୁରୀ ସଦର ବ୍ଲକରେ ଦୀନଦୟାଲ ଉପାଧ୍ୟାୟ କୈାଶଳ ଯୋଜନାରେ ବେରୋଜଗାରୀ ଯୁବକ ଯୁବତୀ ମାନେ ଏହି ଶିବିରରେ ଭାଗ ନେଇଥିଲେ।

{"id":679799,"sizeSlug":"full","linkDestination":"none"}

ପୁରୀ ସଦର ବ୍ଲକର‌ ୩୦ ଟି ପଞ୍ଚାୟତରୁ ବଛା ଯାଇଥିବା ଗରିବ ବେକାର ଯୁବକ ଯୁବତୀ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ସମୁଦାୟ ୧୫୦ ଜଣ ଯୁବକ ଯୁବତୀ ଏହି ନିଯୁକ୍ତି ଶିବିରରେ ଭାଗ ନେଇ ବିଭିନ୍ନ କୌଶଳ ଭିତ୍ତିକ ତାଲିମ୍ ନେବା ପାଇଁ ଇଛା ପ୍ରକାଶ କରିଛନ୍ତି। ସଦର ବ୍ଲକ କାର୍ଯ୍ୟାଳୟରେ ଆୟୋଜିତ ଏହି ଶିବିରରେ ମଣ୍ଡଳ ଉନ୍ନୟନ ଅଧିକାରୀ ସମ୍ବିତ ଶତପଥି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓରମାସ୍ ପୁରୀ ଜିଲ୍ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଦାସ, ଜିଲ୍ଲା କୌଶଳ ସଂଯୋଜକ ପ୍ରିୟଦର୍ଶନ ଜେନା, ଓଡିଶା ଜୀବିକା ମିଶନର ବ୍ଲକ ପ୍ରକଳ୍ପ ଅଧିକାରୀ ମମତା ମୟୀ ଦେଇ ପ୍ରମୁଖ ଉପସ୍ଥିତ ଥିଲେ। b

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.