ଆନନ୍ଦପୁରରେ ରାଜ୍ୟ ସରକାରଙ୍କ ନିଯୁକ୍ତ ମେଳା, ଭାଗ ନେଇଛନ୍ତି ୨୫ଟି କମ୍ପାନୀ

Published By : Prameya-News7 Bureau | December 23, 2022 IST

ଆନନ୍ଦପୁର ୨୩।୧୨ : ଆନନ୍ଦପୁରରେ ରାଜ୍ୟ ସରକାରଙ୍କ ନିଯୁକ୍ତ ମେଳା । ଓଡିଶା ସ୍କିଲ୍‌ ଡେଭ୍‌ଲପମେଣ୍ଟ ଅଥରିଟି ତରଫରୁ ଆନନ୍ଦପୁର ସରକାରୀ ଆଟିଆଇ ପରିସରରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଛି ।

ତେବେ ଗ୍ରାମାଞ୍ଚଳ ଯୁବକ ଯୁବତୀଙ୍କୁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରରେ ନିଯୁକ୍ତି ଦାତା ଭାବେ ୨୫ଟି ଆଗଧାଡିର କମ୍ପାନୀ ଆସି ପହଞ୍ଚିଛନ୍ତି । ଆନନ୍ଦପୁର ଉପଖଣ୍ଡରେ ଥିବା ୩ ଗୋଟି ବ୍ଲକ୍ ଓ ପୌରାଞ୍ଚଳର ଯୁବକ-ଯୁବତୀମାନଙ୍କ ପାଇଁ ପୃଥକ୍ କାଉଣ୍ଟର କରାଯାଇ ପ୍ରଥମେ ରେଜିଷ୍ଟେସନ କରାଯାଉଛି । ପରେ ନିଜ ନିଜ ଯୋଗ୍ୟତା ଅନୁସାରେ ପ୍ରାର୍ଥିମାନେ ନିଯୁକ୍ତି ପାଇଁ ବିଭିନ୍ନ କମ୍ପାନୀରେ ଆବେଦନ କରୁଛନ୍ତି । ଆଜିର ଏହି ମେଳାକୁ ଆସିଥିବା କମ୍ପାନୀ ମାନେ ସ୍ଥାନୀୟ ଅଞ୍ଚଳର ଅନେକ ଯୋଗ୍ୟ ଯୁବକ ଯୁବତୀ ପ୍ରାର୍ଥୀଙ୍କୁ ପାଇ ବେସ୍ ଉତ୍ସାହିତ ହୋଇଛନ୍ତି । ଅନ୍ୟପଟେ ନିଜ ଘର ପାଖରେ,  ହାତ ପାହାନ୍ତାରେ ନିଯୁକ୍ତିର ସୁଯୋଗ ପାଇ ପ୍ରାର୍ଥୀମାନେ ବେଶ୍‌ ଖୁସୀ ଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.