ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ହନିଟ୍ରାପ୍‌ରେ ଫସାଇ ୩୦ ଲକ୍ଷ ଲୁଟ୍‌ ଘଟଣା, ନାଇଜେରିଆନ୍‌ ଦମ୍ପତିଙ୍କୁ ଗିରଫ କଲା ବାଲେଶ୍ୱର ପୋଲିସ୍‌

27/08/2022 at 5:43 PM

ବାଲେଶ୍ୱର, ୨୭/୦୮: ଜଣେ ସରକାରୀ ବାବୁଙ୍କୁ ହନିଟ୍ରାପରେ ଫସାଇ ୩୦ ଲକ୍ଷ ଟଙ୍କା ଲୁଟ ଘଟଣାରେ ଆଉ ଦୁଇଜଣ ଗିରଫ । ଦୁହେଁ ସ୍ୱାମୀ-ସ୍ତ୍ରୀ ହୋଇଥିବା ଜଣାପଡ଼ିଛି । ଉଭୟଙ୍କୁ ବାଲେଶ୍ୱର ସାଇବର ପୋଲିସ ଗିରଫ କରିଛି । ୬ ଅଗଷ୍ଟରେ ନାଇଜେରିଆର ଜଣେ ଅଭିଯୁକ୍ତ ସାମସନ୍ ଏମେକେ ଅଲିକା (୩୯)କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରିଥିଲା ପୋଲିସ । ଉକ୍ତ ମାମଲାର ଅଧିକ ଅନୁସନ୍ଧାନରେ, ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିଛି ସାଇବର ପୋଲିସ।

ଗିରଫ ବ୍ୟକ୍ତି ହେଲେ ଏମାଉନେଲ ନାମମାନି କେଲଭିନ ଓଟୁସୋରୋ ନାମନା ଓ ପତ୍ନୀ ଟି.ସୁଚିମ ଟିଖୀର । ଉଭୟଙ୍କୁ ଦିଲ୍ଲୀର ଏକ ଘରୁ ଗିରଫ କରାଯାଇଛି।  ଏମାନଙ୍କ ନିକଟରୁ ୨ ଟି  ଲାପଟପ୍, ଗୋଟାଏ ହୁଣ୍ଡାଇ I-20 କାର୍, ଗୋଟିଏ ଡଙ୍ଗଲ୍, ଦୁଇଟି ନକଲି ପାସପୋର୍ଟ, ଗୋଟିଏ SBI ପାସବୁକ୍,  ୨ ଟି ସୁନା ଚେନ । ୦୭ଟି ମୋବାଇଲ ଫୋନ ଜବତ କରାଯାଇଛି ।

   Related Posts