ଖାଦ୍ୟରେ ବିଷ ଦେଲା, ତାପରେ ଖଣ୍ଡ ଖଣ୍ଡ କରି କାଟିଲା : କାହିଁକି ଏପରି କଲା ଜନ୍ମ ଦେଇଥିବା ମାଆ ?

Published By : Prameya-News7 Bureau | February 19, 2020 IST

ଥେନି ୧୯।୦୨: ସଂସାରରେ କୁହାଯାଏ ଯେ, ମାଆର ମମତା ଓ ସ୍ନେହ ଠାରୁ ଅନ୍ୟ କିଛି ସୁନ୍ଦର କିମ୍ବା ବଡ ନୁହେଁ । ନିଜ ସନ୍ତାନକୁ ମାଆ ଯେପରି ଚିହ୍ନିଥାଏ, ଅନ୍ୟ କୌଣସି ବ୍ୟକ୍ତି ଜାଣିନଥାଏ । କିନ୍ତୁ ତାମିଲନାଡୁ ଥେନି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନିଜର ଜନ୍ମ କଲା ପୁଅକୁ ବିଷ ଦେଇ ମାରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା ମାଆ । ତେବେ ନିଜ ପୁଅକୁ ଏପରି ବିଭତ୍ସ ଭାବେ ମାରିବା ଓ ମୃତଦେହକୁ ଖଣ୍ଡ ଖଣ୍ଡ କରିବାର କାରଣ କଣ ହୋଇଥାଇପାରେ ବୋଲି ସାଧାରଣରେ ପ୍ରଶ୍ନ ବାଚୀ ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ନିଜ ଜନ୍ମ କଲା ପୁଅକୁ କଣ ପାଇଁ ଏପରି ବିଭତ୍ସ ମୃତ୍ୟୁର ଆକାର ଦେଇଛି ଜନନୀ ।

ଗତ ରବିବାର ଦିନ ପୁଅ ନିଶା ସେବନ କରି ଘରକୁ ଫେରିଥିଲା । ପୁଅ ଏପରି ଭାବରେ ନିଶା ସେବନକୁ ମାଆ ସବୁବେଳେ ବିରୋଧ କରିଥାଏ । କିନ୍ତୁ ପୁଅ ମାନିବାକୁ ନାରାଜ ଥିଲା । କିନ୍ତୁ ଦୀର୍ଘ ଦିନ ଧରି ପୁଅକୁ ବୁଝାଇବା ପରେ ଶେଷରେ ଏପରି ଚରମ ନିଷ୍ପତ୍ତି ନେଇଥିଲା ମାଆ । ସବୁ ଦିନ ପରି ପୁଅ ମଧ୍ୟ ସେଦିନ ଘରକୁ ଫେରିଥିଲା । ମାଆକୁ ଖାଇବାକୁ ମାଗିଥିଲା । ପୁଅ ପେଶାରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲା । ପୁଅକୁ ରାତ୍ରିଭୋଜନ ଦେବା ସହିତ ସେଥିରେ ବିଷ ମିଶାଇ ମାଆ ଦେଇଥିଲା । ଖାଦ୍ୟରେ ବିଷ ମିଶାଯାଇଛି ଖବର ପୁଅ ନଜାଣି , ସେ ତା ଖାଦ୍ୟକୁ ଖାଇ ଶୋଇବାକୁ ଯାଇଥିଲା । କିନ୍ତୁ କିଏ ଜାଣିଛି । ସେ ଖାଇଥିବା ଖାଦ୍ୟ ତା ଜୀବନର ଶେଷ ଖାଦ୍ୟ । ଏବଂ ଖାଦ୍ୟ ଖାଇସାରିବା ପରେ ଶୋଇବାକୁ ଯାଇଥିବା ନିଦ ତାର ଜୀବନର ଶେଷ ନିଦ ହେବ ବୋଲି ।

ଖାଦ୍ୟରେ ବିଷ ମିଶାଯାଇଥିବାରୁ ରାତିରେ ଶୋଇଥିବା ସମୟରେ ପୁଅର ମୃତ୍ୟୁ ହୋଇଯାଇଥିଲା । ପୁଅକୁ ଜିବିତ ଅଛି କି ନାହିଁ , ଦେଖିବାକୁ ଆସିଥିଲା ମାଆ । ତେବେ ପୁଅର ମୃତ୍ୟୁ ହୋଇସାରିଛି ବୋଲି ଜାଣିବା ପରେ , ତାର ମୃତଦେହକୁ ଖଣ୍ଡ ବିଖଣ୍ଡିତ କରିଦେଇଥିଲା ମାଆ । ପୁଅର ମୃତଦେହକୁ ଏପରି ଖଣ୍ଡ ବିଖଣ୍ଡିତ କରିଥିଲା ଯେ,ଦେହର ମୁଣ୍ଡ, ହାତ, ଗୋଡ ଓ ଅନ୍ୟାନ୍ୟ ଅଙ୍ଗପ୍ରତ୍ୟଙ୍ଗକୁ ଅଲଗା ଅଲଗା କରିଦେଇଥିଲା । ଏବଂ ସମସ୍ତ ଖଣ୍ଡ ବିଖଣ୍ଡିତ ଅଙ୍ଗକୁ ଘର ବାହାରରେ ବିଭିନ୍ନ ସ୍ଥାନରେ ଫିଙ୍ଗିଦେଇଥିଲା । ତେବେ ପୁଅକୁ ଖାଦ୍ୟ ଦେବା ଓ ଖଣ୍ଡ ବିଖଣ୍ତିତ କରିବାର ସମସ୍ତ ଘଟଣା ଘର ଓ ପାଖ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା ।

ଘଟଣାସମ୍ପର୍କରେ ପୋଲିସ ଜଣାପାରି ଅଭିଯୁକ୍ତ ମହିଳାଙ୍କୁ ମଙ୍ଗଳବାର ଦିନ ପଚାରଉଚରା କରିଥିଲା । ପୋଲିସ ଜେରା ସମୟରେ ନିଜର ଦୋଷୀ ସ୍ବୀକାର କରିଥିଲା ମାଆ । ଏବଂ ପୁଅର ନିଶା ସେବନକୁ ନେଇ ସେ ବ୍ୟଥିତ ଥିଲା । ତେଣୁ ସେ ଏପରି କାର୍ଯ୍ୟ କରିଛି ବୋଲି କହିଛି । ତେବେ ପୋଲିସ ଅନୁସାରେ ଜବତ ହୋଇଥିବା ସିସିଟିଭିରେ ଜଣେ ପୁରୁଷ ମଧ୍ୟ ମୃତ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଶରୀରରୁ ଏକ ମୁଣା ମଧ୍ୟରୁ ବାହାର କରି ଅଭିଯୁକ୍ତ ମାଆ ସହିତ ଫିଙ୍ଗୁଛନ୍ତି । ତେବେ ପୁରୁଷ ଜଣକ ପରିଚୟ କଣ, ଏବଂ ସେ କଣ ପାଇଁ ଏଭଳି ବିଭତ୍ସ କାଣ୍ଡରେ ସାମିଲ ଥିଲା । ମୃତ ଯୁବକ ଜଣଙ୍କ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଏବଂ ତାଙ୍କ ବୟସ ପ୍ରାୟ ୨୫ରୁ ୩୦ ବର୍ଷ ମଧ୍ୟରେ ହେବ। ପୂର୍ବରୁ ସେ ବିଭିନ୍ନ ଚୋରି ମାମଲାରେ ପୂର୍ବରୁ ଗିରଫ ହୋଇଥିଲେ ବୋଲି ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.