ଦେହରେ ନିଆଁ ଲଗାଇ ପ୍ରେମିକାକୁ ଜାବୁଡ଼ି ଧରିଲା ପ୍ରେମିକ...

Published By : Prameya-News7 Bureau | March 30, 2022 IST

ଲକ୍ଷ୍ନୌ ୩୦/୦୩ : ଉତ୍ତରପ୍ରଦେଶର କାନପୁରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ସେଠାରେ ଜଣେ ପ୍ରେମିକ ନିଜ ଦେହରେ ନିଆଁ ଲଗାଇ ନିଜ ପ୍ରେମିକାକୁ କୋଳାଗ୍ରତ କରିଛନ୍ତି। ଫଳରେ ପ୍ରେମିଯୁଗଳ ଗଭୀର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ଦୁଇ ଜଣ ମୁକ ବଧିର ବୋଲି ଜଣା ପଡ଼଼ିଛି ।ଅନଲାଇନରେ ଦୁଇଜଣଙ୍କର ମଧ୍ୟରେ ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା କ୍ରମଶଃ ପ୍ରେମର ରୂପ ନେଇଥିଲା ।

ଘଟଣା ଅନୁସାରେ, କାନପୁରର ନୌବାସ୍ତାରେ ରହୁଥିବା ରାମନାରାୟଣଙ୍କ ମୁକ ବଧିର ଝିଅ ରଚନାର ଜୟପୁରରେ ରହୁଥିବା ବିଜୟ ସାଥିରେ ଅନଲାଇନରେ ବନ୍ଧୁତା ହୋଇଥିଲା । ଦୁଇ ଜଣଙ୍କ ବନ୍ଧୁତା ଧିରେ ଧିରେ ପ୍ରେମ ସମ୍ପର୍କରେ ପରିଣତ ହେଲା । କିନ୍ତୁ କିଛି ଦିନହେଲା ଦୁଇଜଣଙ୍କ ମଧ୍ୟରେ ମତାନ୍ତର ହୋଇଥିବା ଦେଖିବାକୁ ମିଳିଥିଲା। ଆଜି ସକାଳେ ବିଜୟ ଜୟପୁରରୁ କାନପୁର ଆସି ନିଜ ଦେହରେ ପେଟ୍ରୋଲ ଢାଳି ରଚନାଙ୍କ ଘର ଭିତରକୁ ଚାଲିଯାଇଥିଲେ ।

ଘର ଭିତରେ ବିଜୟ ରଚନାଙ୍କ ସହିତ ଲମ୍ୱା ସମୟ ପର୍ଯ୍ୟନ୍ତ କଥା ହୋଇଥିଲେ। ଶେଷରେ ପରିସ୍ଥିତି ଏପରି ହେଲା ଯେ ବିଜୟ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ପରେ ସେ ଜଳୁଥିବା ଅବସ୍ଥାରେ ରଚନାଙ୍କୁ କୋଳାଗ୍ରତ କରିଥିଲେ। ଫଳରେ ଦୁଇଜଣଙ୍କ ଶରୀର ନିଆଁରେ ଜଳୁଥିବା ଦେଖି ରଚନାଙ୍କ ଘରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଥିଲା। ତାଙ୍କ ଘର ଚାରିପାଖରେ ଲୋକମାନେ ଭିଡ଼ ଜମାଇଥିଲେ। ବିଜୟ ଓ ରଚନାଙ୍କ ଶରୀର ପୋଡ଼ି ଯାଇଥିବାରୁ ଦୁଇଜଣଙ୍କୁ ଏବେ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି।

ରାମନାରାୟଣ କହିଛନ୍ତି ଦୁଇ ଜଣଙ୍କ ମଧ୍ୟରେ କଥାବର୍ତ୍ତା ହେଉଥିଲା, ଆଜି ସକାଳେ ବିଜୟ ଜୟପୁରରୁ ଆସି ଶରୀରରେ ନିଆଁ ଲଗାଇ ଦେଇଥିଲା । ସେଠାକାର ଡିସିପି ସ୍ୱାମି ତ୍ୟାଗି କହିଛନ୍ତି ଆହତ ଦୁଇଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଜୟର ଶରୀର ଅଧିକ ପୋଡ଼ିଯାଇଛି । ରଚନାର ବାପାଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଏତାଲା ଲେଖାଯାଉଛି।             

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.