oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ଚିନ୍ତା ବଢ଼ାଇଲାଣି କରୋନାର ନୂଆ ଷ୍ଟ୍ରେନ୍‌: କାଲିଠୁ ସହରରେ ନାଇଟ୍‌ କର୍ଫ୍ୟୁ, କ୍ବାରେଣ୍ଟାଇନ୍‌ରେ ରହିବେ ବିଦେଶ ଫେରନ୍ତା

21/12/2020 at 7:45 PM

ମୁମ୍ବାଇ ୨୧/୧୨: କରୋନା ମହାମାରୀର ଭୟ ଥମିନଥିବା ବେଳେ ବ୍ରିଟେନ୍‌ରେ ଏହାର ନୂଆ ରୂପ ପୁଣି ଥରେ ଭାବିବାକୁ ବାଧ୍ୟ କରିଛି। ବ୍ରିଟେନ୍‌ରୁ ଆସିବାକୁ ଥିବା ସମସ୍ତ ବିମାନ ଉପରେ ଭାରତ ସରକାର ରୋକ ଲଗାଇଥିବା ବେଳେ ଏବେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି। ଏବେ ପୁଣି ଥରେ ନାଇଟ୍‌ କର୍ଫ୍ୟୁ ଭଳି ନିୟମ କଡ଼ାକଡ଼ି ଉପରେ ବି ଜୋର ଦେଉଛନ୍ତି ରାଜ୍ୟ ସରକାର।

ମହାରାଷ୍ଟ୍ରରେ ଆଗାମୀ ୬ ମାସ ପାଇଁ ଫେସ୍‌ ମାସ୍କ ବାଧ୍ୟମୂଳକ କରାଯାଇଥିବା ବେଳେ ଏବେ ପୁଣିଥରେ ନଗର ନିଗମ ଅଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଫେରିବ ବୋଲି ସୂଚନା ମିଳିଛି। ବ୍ରିଟେନ୍‌ରେ ଆରମ୍ଭ ହୋଇଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍କୁ ନଜରରେ ରଖି ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଉଦ୍ଧବ ସରକାରଙ୍କ ନିର୍ଦେଶ କ୍ରମେ ଏହି ନାଇଟ୍‌ କର୍ଫ୍ୟୁ ରାତି ୧୧ରୁ ସକାଳ ୬ ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ବେଳେ  ୫ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ।

ସୋମବାର ଦ୍ବିପ୍ରହରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ରାତ୍ରି କର୍ଫ୍ୟୁ ସହ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର। ଏଣିକି ୟୁରୋପୀୟ ଦେଶ ଓ ମିଡିଲ୍‌ ଇଷ୍ଟ ଦେଶଗୁଡ଼ିକରୁ ମହାରାଷ୍ଟ୍ର ଫେରୁଥିବା ଲୋକଙ୍କୁ ଏବେ ଇନ୍‌ଷ୍ଟିଚ୍ୟୁସ୍‌ନାଲ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଡାକ୍ତରୀ ପରୀକ୍ଷା ସାଙ୍ଗକୁ ଧାର୍ଯ୍ୟ ସମୟ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ । ତାପରେ ହିଁ ସେମାନେ ନିଜ ଘରକୁ ଯାଇପାରିବେ ବୋଲି ଜଣାପଡ଼ିଛି।

   Related Posts