ରାଜଧାନୀରେ ବ୍ଲକିଂ-ଚେକିଂ ଜୋରଦାର, ବିଭିନ୍ନ ଗାଡି ଅଟକାଇ ପୋଲିସର ଯାଞ୍ଚ

Published By : Prameya-News7 Bureau | February 22, 2024 IST

ଭୁବନେଶ୍ୱର ୨୨।୦୨ : ରାଜଧାନୀରେ ବ୍ଲକିଂ ଆଉ ଚେକିଂ ଜୋରଦାର । ବିଭିନ୍ନ ଛକରେ କମିଶନରେଟ୍‌ ପୋଲିସ ଗାଡି ଅଟକାଇ ଯାଞ୍ଚ କରାଯାଇଛି । ଏଥିସହିତ ଗାଡି ଚାଳକମାନେ କେତେ ପରିମାଣର ମଦ୍ୟପାନ କରି ଗାଡି ଚଳାଉଛନ୍ତି । ତାହା ମଧ୍ୟ ଯାଞ୍ଚ ହେଉଛି ।

ଖବର ଅନୁଯାୟୀ, ଶନିବାର ରାତିରେ ଲକ୍ଷ୍ମୀସାଗର ଥାନା ଅଧିନରେ ଥିବା ଝାରପଡ଼ା ଗୋଲେଇ ଛକ, କଳ୍ପନା ଛକ, ଚନ୍ଦ୍ରଶେଖରପୁର-ନନ୍ଦନକାନନ ରାସ୍ତା, ପଟିଆ ଛକ ଓ ସୁନ୍ଦରପଦା ଛକରେ ବ୍ଲକି-ଚେକିଂ ଜୋରଦାର କରାଯାଇଛି ।

wp:embed {"url":"https://www.prameyanews7.com/police-night-checking-in-bhubaneswar/","type":"wp-embed","providerNameSlug":"prameya-news-7"}
https://www.prameyanews7.com/police-night-checking-in-bhubaneswar/
/wp:embed

ସେହିଭଳି କ୍ୟାପିଟାଲ , ଲିଙ୍ଗରାଜ, ଖଣ୍ଡଗିରି, ଏୟାରଫିଲ୍ଡ ଥାନା ଅଧିନାରେ ଥିବା ବିଭିନ୍ନ ଛକରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି । ପ୍ରତି ଚେକିଂ ସ୍ଥଳରେ ଏକ ପ୍ଲାଟୁନ୍‌ ଫୋର୍ସ ସହିତ ସେହି ଅଞ୍ଚଳରେ ଥିବା ପୋଲିସ ଥାନା କର୍ମଚାରୀ ସାମିଲ ହୋଇଛନ୍ତି । ରାଜଧାନୀରେ ଲୋକମାନଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ ବୋଲି କହିଛନ୍ତି ଡିସିପି ପ୍ରତୀକ ସିଂହ ।

wp:embed {"url":"https://www.prameyanews7.com/famous-model-tania-singh-committed-suicide/","type":"wp-embed","providerNameSlug":"prameya-news-7"}
https://www.prameyanews7.com/famous-model-tania-singh-committed-suicide/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.