କଟକରେ ନାଇଜେରିଆ ଫେରନ୍ତା କରୋନା ପଜିଟିଭ୍ : ଜେନମ୍ ସିକ୍ବେନ୍ସିଂ ପାଇଁ ପଠାଗଲା ନମୁନା

Published By : Prameya-News7 Bureau | December 18, 2021 IST

କଟକ ୧୮।୧୨: କଟକରେ ବିଦେଶ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ନାଇଜେରିଆରୁ ଫେରିଥିବା ଜଣାପଡିଛି । ତେବେ ବିଦେଶ ଫେରନ୍ତା ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ ଜଣାପଡିନାହିଁ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜେନମ୍ ସିକ୍ବେନ୍ସିଂ ପାଇଁ ନମୁନା ପଠାଯାଇଛି । ଜେନମ୍ ସିକ୍ବେନ୍ସିଂ ପରେ ସ୍ପଷ୍ଟ ହେବ ଯେ ସେ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ।

ବର୍ତ୍ତମାନ କରୋନା ସଂକ୍ରମିତ ଜଣଙ୍କ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଆଇସୋଲେସନରେ ଅଛନ୍ତି । ଏ ନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ନାଇଜେରିଆ ଫେରନ୍ତାଙ୍କଠାରୁ ୫ ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.