suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାୱାର ବ୍ୟାଙ୍କ ପାଇଁ ହେଲା ମୃତ୍ୟୁ, କାରଣ ଜାଣିଲେ ଉଡିଜିବ ହୋସ

19/07/2019 at 4:58 PM

  ଆଜିକାଲି ମୋବାଇଲ ଫୋନ୍‌ ଯୋଗାଯୋଗର ଏକ ବଡ ମାଧ୍ୟମ ହୋଇସାରିଛି। ଯୋଗାଯୋଗ କରିବା ସହ ମନୋରଞ୍ଜନର ମଧ୍ୟ ଏକ ବଡ ମାଧ୍ୟମ ହେଉଛି ସ୍ମାର୍ଟ ଫୋନ। ସବୁ ସମୟରେ ସ୍ମାର୍ଟ  ଫୋନର ବ୍ୟବହାର କରାଯାଉଛି। ଟ୍ରେନ, ବସ, ମେଟ୍ରୋ, କାରରେ ଲୋକେ ଗୀତ ଶୁଣି ଶୁଣି ଯାତ୍ରା କରନ୍ତି। ଏହା ସହ ହ୍ୱାଟ୍‌ସଆପ, ଫେସବୁକ୍‌ ଓ ଅନ୍ୟାନ୍ୟ ସୋସିଆଲ ମିଡିଆରେ ମଧ୍ୟ ବ୍ୟସ୍ତ ରୁହନ୍ତି।

ସ୍ମାର୍ଟ ଫୋନର ଅଧିକ ବ୍ୟବହାର  ହୋଇଥିବାରୁ ଲୋକେ ପାୱାର ବ୍ୟାଙ୍କ ନେଇ ସାଙ୍ଗରେ ଯିବା ଆସିବା କରନ୍ତି। କାରଣ ଆଣ୍ଡ୍ରଏଡ ଫୋନରେ ବ୍ୟାଟ୍‌ରୀ ଶୀଘ୍ର ସରିଥାଏ। ଏଥିପାଇଁ ପାୱାର ବ୍ୟାକ୍‌ଅପ୍‌ ପାଇଁ ଲୋକେ ନିଜ ପାଖରେ ପାୱାର ବ୍ୟାଙ୍କ ରଖିଥାନ୍ତି।

ପାୱାର ବ୍ୟାଙ୍କରେ ଚାର୍ଜ କରିବା ସୁବିଧା ବୋଲି ସମସ୍ତେ  ନିଜ ପାଖରେ ଏହି ବିଷେଶ ଚାର୍ଜ କରିବା ମେସିନ୍ ରଖୁଛନ୍ତି। ଏହା ଆଜିକାଲି ସମସ୍ତଙ୍କ ପାଖରେ ଉପଲବ୍ଧ ରହୁଛି। କିନ୍ତୁ ପାୱାର ବ୍ୟାଙ୍କ ଚାର୍ଜ ପାଇଁ ଯେତିକି ଭଲ ଜୀବନ ପାଇଁ ସେତିକି ଖରାପ।  ନିଜ ସୁବିଧା ପାଇଁ ଏହି ଆଡାଭାନ୍ସ ଟେକନୋଲଜି ବ୍ୟବହାର କରିବା ପୂର୍ବରୁ ଏହା ଜଡିତ  ସତର୍କତା ବିଷୟରେ ଜାଣିବା ବହୁତ ଜରୁରୀ।

 କାରଣ ଏହି ଉନ୍ନତ ଟେକନୋଲଜି ସୁବିଧାଜନକ ହୋଇଥିଲେ ମଧ୍ୟ ଏହା ଜୀବନ ପାଇଁ କ୍ଷତିକାରକ ହୋଇଥାଏ। ପାୱାର ବ୍ୟାଙ୍କ ଏକ ଆବଶ୍ୟକ ଗାଜେଟ ମଧ୍ୟରେ ସାମିଲ ହୋଇଥିଲେ ମଧ୍ୟ ଏହା ଦ୍ବାରା ଅନେକ ଜଣ ନିଜ ଜୀବନ ହରାଇଛନ୍ତି। ତେଣୁ ଏହା ବ୍ୟବହାର କରିବା ସମୟରେ ସତର୍କ ରହିବା ଜରୁରୀ।

ଏବେ କିଛି ଦିନ ତଳେ ଏମିତି ଏକ ଘଟଣା ଘଟିଛି ନାଇଜେରିଆର ଜଣେ ଯୁବତୀଙ୍କ ସହ। ଯୁବତୀ ଜଣକ ନିଜ ପାୱାର ବ୍ୟାଙ୍କ ଚାର୍ଜ କରୁ କରୁ ଶୋଇପଡିଥିଲେ। ଫଳରେ ପାୱାର ବ୍ୟାଙ୍କ ଅଧିକ ଗରମ ହୋଇଯାଇଥିଲା। ପ୍ରଥମେ ଯୁବତୀଙ୍କ ସ୍କିନ ଜଳିଯାଇଥିକଲା ଓ ପରବର୍ତ୍ତି ସମୟରେ ବିଦ୍ୟୁତ୍‌ ଆଘାତ୍‌ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିଲା।

   Related Posts