AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାଇଜେରିଆରେ ବଡ଼ ବିସ୍ଫୋରଣ; ବୋମା ମାଡ଼ରେ ୫୦ରୁ ଅଧିକ ମୃତ, ଅନେକ ଆହତ

26/01/2023 at 9:45 AM

ନୂଆଦିଲ୍ଲୀ: ନାଇଜେରିଆରେ ଭୟଙ୍କର ବିସ୍ଫୋରଣ । ବୋମା ମାଡ଼ରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ସୂଚନା । ଏଥିରେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ବିସ୍ଫୋରଣ ହୋଇଥିବା ବେଳେ ବୁଧବାର ସରକାରଙ୍କ ପକ୍ଷରୁ ତଥ୍ୟ ପ୍ରକାଶ କରାଯାଇଛି ।

ନାଇଜେରିଆର ଉତ୍ତର-ମଧ୍ୟ ରାଜ୍ୟ ନସାରାଓ୍ବା ବେନ୍ୟୁ ଅଞ୍ଚଳରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅନେକ ଗୋପାଳକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, କିଛି ଗୋ-ରକ୍ଷକ ଗୋରୁ ଗୁଡିକୁ ନସାରାଓ୍ବାରୁ ବେନ୍ୟୁ ନେଇଯାଉ ଥିବାବେଳେ ସେମାନଙ୍କୁ ସ୍ଥାନୀୟ ପ୍ରଶାସନ ଅଟକାଇ ପଚରାଉଚରା କରିଥିଲେ। ଏହି ସମୟରେ ହଠାତ୍‌ ଭୟଙ୍କର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସେଠାରେ ବେଶ୍‌ କିଛି ମିନିଟ ସବୁକିଛି ଧୁଆଁ ଧୁଆଁ ହୋଇଯାଇଥିଲା । ବିସ୍ଫୋରଣରେ ୫୦ରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତରଙ୍କ କୌଣସି ତଥ୍ୟ ମିଳିନାହିଁ ।

ଘଟଣାକୁ ନେଇ ନସାରାଓ୍ବା ରାଜ୍ୟପାଳ ଦୁଃଖ ପ୍ରକାଶ କରିଛନ୍ତି । ସେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୃତ୍ୟୁସଂଖ୍ୟା ପ୍ରକୃତରେ କେତେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ବିସ୍ଫୋରଣ ପଛରେ କାହାର ହାତ ରହିଛି ତାହା ଜଣାପଡ଼ିନାହିଁ । ସ୍ଥାନୀୟ ଅଞ୍ଚଳକରୁ ଘେରାବନ୍ଦୀ ଛାନବିନ୍ କରୁଛି ସୁରକ୍ଷା ଏଜେନ୍ସି । ଖୁବଶୀଘ୍ର ଆକ୍ରମଣକାରୀଙ୍କୁ ଖୋଜି ବାହାର କରାଯିବ ବୋଲି ସୁରକ୍ଷା ଅଧିକାରୀ କହିଛନ୍ତି ।

   Related Posts