ନୂଆଦିଲ୍ଳୀ, ୨୮/୧୧: ସୋମବାର ଭାରତୀୟ ଷ୍ଟକ୍ ମାର୍କେଟରେ ଉତ୍ସାହଜନକ ବୃଦ୍ଧି ଦେଖିବାକୁ ମିଳିଛି। ନିଫ୍ଟି ୫୦ ଷ୍ଟକ୍ ଇଣ୍ଡେକ୍ସ ଆଜି ଐତିହାସିକ ରେକର୍ଡ ଛୁଇଁଛି। ସୋମବାର ନିଫ୍ଟି ୫୦ ଏହାର ସର୍ବକାଳୀନ ସ୍ତରରେ ପହଞ୍ଚିଛି। ନିଫ୍ଟି ଆଜି ୧୮,୬୧୪ ପଏଣ୍ଟ ସହ ଏହାର ସର୍ବକାଳୀନ ୪୩,୩୩୯.୧୫ ପଏଣ୍ଟ ଛୁଇଁଛି। ସେହିଭଳି ସୋମବାର ସେନସେକ୍ସ ୬୨,୭୦୦ ପଏଣ୍ଟ ଛୁଇଁଥିଲା। ଏହା ପୂର୍ବରୁ ସର୍ବକାଳୀନ ସ୍ତର ୧୭ ଅକ୍ଟୋବର ୨୦୨୧ ରେ ୧୮,୬୦୪ ଛୁଇଁଥିଲା।ନିକଟରେ ନଭେମ୍ବର ୨୪ ରେ ସେନସେକ୍ସ ମଧ୍ୟ ଏହାର ସର୍ବକାଳୀନ ସ୍ତରକୁ ଛୁଇଁଥିଲା।
ସୂଚନାଥାଉ ଯେ, ସୋମବାର ସକାଳେ ଅନ୍ତର୍ଜାତୀୟ ବଜାରରେ ମଧ୍ୟ ଖରାପ ପ୍ରଦର୍ଶନ ଦେଖିବାକୁ। ଚୀନରେ ବଢ଼ୁଥିବା କରୋନା ସଂକ୍ରମଣ କାରଣରୁ ଅନେକ ସହରରେ ଲକଡାଉନ ସ୍ଥିତି ଉପୁଜିଛି। ଲୋକେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ଫଳରେ ଚୀନରେ ଆର୍ଥିକ କାର୍ଯ୍ୟକଳାପ ବାଧାପ୍ରାପ୍ତ ହୋଇଛି। ସେହିଭଳି ଆମେରିକା ବଜାରରେ ମଧ୍ୟ ଚାପ ଦେଖିବାକୁ ମିଳିଛି। କିନ୍ତୁ ଏହାରି ମଧ୍ୟରେ ଭାରତୀୟ ସେୟାର ମାର୍କେଟ ଇତିହାସ ରଚିଛି।
ତେବେ ସେପ୍ଟେମ୍ବର ତ୍ରେମାସିକରେ କର୍ପୋରେଟ୍ ଆୟ ଭଲ ରହିବା। ବିଦେଶୀ ପୋର୍ଟଫୋଲିଓ ନିବେଶକ ଏବଂ ଘରୋଇ ନିବେଶକ ଉଭୟ ଲଗାତାର ନିବେଶ, ଦରବୃଦ୍ଧି କମିବା ମାର୍କେଟରେ ବୃଦ୍ଧିର କାରଣ ବୋଲି କୁହାଯାଉଛି। ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫପିଆଇ) ନଭେମ୍ବର ମାସରେ ଏପର୍ଯ୍ୟନ୍ତ ଭାରତୀୟ ସେୟାର ମାର୍କେଟରେ ୩୧,୬୩୦ କୋଟି ଟଙ୍କା ନିବେଶ କରାଯାଇଛି। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ନଭେମ୍ବରରେ ଏଫପିଆଇ ନିବେଶ ବଢ଼ିବା କାରଣରୁ ସେୟାର ବଜାରରେ ବୃଦ୍ଧି, ଭାରତୀୟ ଅର୍ଥବ୍ୟବସ୍ଥା ଏବଂ ମୁଦ୍ରାରେ ସ୍ଥିରତା ଆସିଛି।