ମାମୁଁ ଘରେ ଜୀବନ ହାରିଲା ଭାଣିଜି, ଗାଁ ନିକଟ ଗଛରୁ ମିଳିଲା ଝୁଲନ୍ତା ମୃତଦେହ
18/08/2023 at 11:22 AM

ଆନନ୍ଦପୁର ୧୮/୦୮: ମାମୁଁ ଘରେ ରହି ପିଲାଟି ଦିନରୁ ପାଠ ପଢୁଥିବା ଜଣେ +୨ ଛାତ୍ରୀଙ୍କ ଆତ୍ମହତ୍ୟା । ବେକରେ ରଶି ଲଗାଇ ଜୀବନ ହାରିଛନ୍ତି ଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର, ନନ୍ଦିପଦା ଥାନା ଗିରିଗାଁ ଠାରେ । ମୃତା ଛାତ୍ରୀ ଜଣଙ୍କ ଭଦ୍ରକ ଦିଲ୍ଲା ମଇଁଷିପୁରା ଗାଁ ସନ୍ତୋଷ ଜେନାଙ୍କ ଝିଅ ପାୟଲି ପ୍ରିୟଦର୍ଶିନୀ ।
ସୂଚନା ଥାଉକି, ଦୁଇଦିନ ତଳେ ନିଜ ପିଉସୀ ଅସୁସ୍ଥ ହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି ହୋଇଥିବାରୁ ପାୟଲି ପରିବାରର ଅନ୍ୟ ସଦସ୍ୟଙ୍କ ସହ ଡାକ୍ତରଖାନା ଠାରେ ପିଉସୀଙ୍କ ଦେଖାରେଖା କରୁଥିଲେ । ଗତ ବୁଧବାର ସେ ଡାକ୍ତରଖାନାରୁ ପୁଣିଥରେ ମାମୁଁ ଘର ଗିରିଗାଁକୁ ଫେରିଥିଲେ । ଗୁରୁବାର ରାତିରେ ସମସ୍ତେ ଶୋଇବାପରେ ରାତି ପ୍ରାୟ ୧୧ଟା ୧୨ ଟା ମଧ୍ୟରେ ସେ ଘରୁ ବାହାରି ଚାଲିଯାଇଥିଲେ ।
ବହୁ ଖୋଜାଖୋଜି ପରେ ସକାଳୁ ଗାଁ ନିକଟ ବାଲିପଶି ଏକ ଗଛରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ ଘରଲୋକେ । ତେବେ ସବୁକିଛି ସ୍ୱାଭାବିକ ଥିବାବେଳେ କେଉଁ କାରଣକୁ ନେଇ ପାୟଲି ଆତ୍ମହତ୍ୟା କଲେ ତାକୁ ନଇ ପରିବାର ଲୋକେ ସଂଦେହ କରିଛନ୍ତି । ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
you can also read….