wp:heading {"level":5}
ମୁମ୍ୱାଇ୧୬|୪: ବଲିଉଡ ଫିଲ୍ମ ମୁନ୍ନା ମାଇକଲରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ନିଧି ଅଗ୍ରୱାଲ ତାଙ୍କ ଅନ୍ଦାଜରୁ ଦର୍ଶକଙ୍କୁ ଇଂମ୍ପ୍ରେସ କରିଥିଲେ। ଫିଲ୍ମରେ ନିଧିଙ୍କ ବିପକ୍ଷରେ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ନିଧି ଅଗ୍ରୱାଲ ୨୦୧୭ ମସିହାରେ ମୁନ୍ନା ମାଇକେଲରେ ଅଭିନୟ କରି ବଲିଉଡରେ ଡେବ୍ୟୁ କରିଥିଲେ। ଏହା ସହ ୨୦୧୮ ମସିହାରେ ତେଲୁଗୁ ଫିଲ୍ମ ସବ୍ୟସାଚୀରେ ଅଭିନୟ କରି ତେଲୁଗୁ ସିନେମା ଜଗତରେ ନିଧି ପାଦ ଦେଇଥିଲେ।
/wp:heading
{"id":104048}
wp:heading {"level":5}
ଡେବ୍ୟୁ ଫିଲ୍ମ ସବ୍ୟସାଚୀ ପରେ ୨୦୧୯ ମସିହାରେ ସେ ତେଲୁଗୁ ସିନେମା ମିଷ୍ଟର ମଞ୍ଜୁରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ତାଙ୍କର ଆଗାମୀ ବଲିଉଡ ଫିଲ୍ମ ରିଲିଜ ହେବାକୁ ଯାଉଛି। ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ନିଧି ମଡେଲିଂ କରୁଥିଲେ। ନିଧି ହିପ୍ଅପ୍ ଓ ବେଲି ଡାସିଂର ପ୍ରଶିକ୍ଷଣ ନେଇଛନ୍ତି।
/wp:heading
{"id":104049}
wp:heading {"level":5}
ନିଧି ଅଗ୍ରୱାଲ କ୍ରିକେଟ ତାରକା କେ ଏଲ୍ ରାହୁଲଙ୍କୁ ଡେଟ୍ କରୁଛନ୍ତି। ଗତ କିଛି ଦିନ ତଳେ ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଦୁହିଁଙ୍କୁ ଏକା ସହ ବୁଲାବୁଲି କରିବାରେ ମଧ୍ୟ ସ୍ପଟ କରାଯାଇଥିଲା।
/wp:heading
wp:heading {"level":1}
/wp:heading