ବାହାଘର ଭଳି ମେମୋରି ବି ଚର୍ଚ୍ଚାରେ, ସଙ୍ଗୀତ୍‌ର ୱେବ୍ ସିରିଜ କରିବେ ପ୍ରିୟଙ୍କା-ନିକ୍

Published By : Prameya-News7 Bureau | December 20, 2019 IST

ମୁମ୍ବାଇ୨୦|୧୨: ପ୍ରିୟଙ୍କା ଚୋପଡା ଓ ନିକ୍‌ ଜୋନାସଙ୍କ ବିବାହ ଲୋକେସନରୁ ଆରମ୍ଭ କରି ଅତିଥିଙ୍କ ଲିଷ୍ଟ ଯାଏଁ ସବୁ କିଛି ଚର୍ଚ୍ଚାରେ ଥିଲା।ଗତ ବର୍ଷ ଡିସେମ୍ବର ମାସ ୧ ଓ ୨ ତାରିଖରେ ଉଭୟ ବିବାହ କରିଥିଲେ।ବିବାହ ପରେ ଦୁହେଁଙ୍କ ଫଟୋ ଖୁବ ଭାଇରାଲ ହେଉଥିଲା। ପ୍ରିୟଙ୍କା ଓ ନିକ୍‌ଙ୍କର ଜୋଧପୁରର ଉମେଦ ଭବନରେ ରୟାଲ ୱେଡିଂ କରିଥିଲେ। ବିବାହର ବର୍ଷେ ପରେ ଉଭୟଙ୍କ ବିବାହ ଖର୍ଚ୍ଚର ଖବର ସାମ୍ନାକୁ ଆସିଛି।

{"id":200095,"sizeSlug":"large"}

ସୂଚନାଯୋଗ୍ୟ ଯେ, ବିବାହ ପାଇଁ ହୋଟେଲ ୪ଦିନ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିଲା।ଏହି ୪ ଦିନ ପାଇଁ କୌଣସି ବାହାର ବ୍ୟକ୍ତିଙ୍କୁ ଉମେଦ ଭବନରେ ପ୍ରବେଶ ଦିଆଯାଉନଥିଲା।ଏହି ୪ ଦିନରେ ପ୍ରିୟଙ୍କା ଓ ନିକ୍‌ଙ୍କର ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା।ଉଭୟଙ୍କ ବିବାହ ୨୦୧୮ ମସିହାର ସବୁଠୁ ଚର୍ଚ୍ଚିତ ବିବାହ ଥିଲା।ଉଭୟଙ୍କ ବିବାହରେ ପ୍ରିୟଙ୍କା ଓ ନିକ୍‌ଙ୍କ ପରିବାର ମିଶି ଅନେକ ପ୍ରଦର୍ଶନ କରିଥିଲେ।

{"id":200096,"sizeSlug":"large"}

ପ୍ରିୟଙ୍କା ଓ ନିକ୍‌ ନିଜ ସଙ୍ଗୀତ ସେରିମନିର ୱେବ ସିରିଜ ତିଆରି କରିବାକୁ ଯାଉଛନ୍ତି।ଆମାଜନ ପ୍ରାଇମ୍‌ ଭିଡିଓରେ ଏହି ସିରିଜକୁ ରିଲିଜ କରାଯିବ।ନିଜ ବିବାହର ୱେବ ସିରିଜ ତିଆରି କରିବା, ବୋଧ ହୁଏ କେହି କେବେ କରିନଥିବେ।ଇତିହାସରେ ଏହା ପ୍ରଥମ ଥର ପାଇଁ ହେବାକୁ ଯାଉଛି।କୌଣସି ସେଲିବ୍ରିଟି ନିଜ ବିବାହରେ ହୋଇଥିବା ଭିଡିଓକୁ ୱେବ ସିରିଜ ମାଧ୍ୟମରେ ଦର୍ଶକଙ୍କୁ ଦେଖାଇନାହାନ୍ତି। ତେବେ ପ୍ରିୟଙ୍କା ନିଜେ ଇନ୍‌ଷ୍ଟାରେ ଏହି ବିଷୟରେ ଘୋଷଣା କରିଛନ୍ତି।ଏହି ସିରିଜ ୨୦୨୦ ମସିହାରେ ରିଲିଜ ହେବ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.