୨ ଗୋଡରେ ଥିଲା ଫ୍ୟାକ୍‌ଚର୍‌, ଡକ୍ଟର ଦେଇସାରିଥିଲେ ଜବାବ୍‌; କିନ୍ତୁ ଏବେ ରନ୍‌ ବର୍ଷା କରୁଛନ୍ତି ୨୮ ବର୍ଷିୟ ବ୍ୟାଟର

Published By : Prameya-News7 Bureau | April 21, 2024 IST

ନୂଆଦିଲ୍ଲୀ ୨୧।୦୪: ଓ୍ବେଷ୍ଟଇଣ୍ଟିଜ୍‌ ବ୍ୟାଟର୍‌ । ୧୯ ବର୍ଷରେ ହୋଇଥିଲେ ଦୁର୍ଘଟଣାର ଶିକାର । ୨ଟି ଯାକ ଗୋଡ ହୋଇଯାଇଥିଲା ଫ୍ୟାକଚର୍‌ । ସ୍ଥିତି ଏପରି ହୋଇଥିଲା କି ସେ ଭବିଷ୍ୟତରେ କେବେବି ଖେଳିପାରି ନଥାନ୍ତେ କ୍ରିକେଟ । କିନ୍ତୁ ସେ ମାନି ନଥିଲେ ହାର୍ । ୧୮ ମାସ କ୍ରିକେଟରୁ ଦୂରେଇ ରହିବା ପରେ ପୁଣି କରିଥିଲେ କମ୍‌ବ୍ୟାକ୍‌ । ଆଉ ବର୍ତ୍ତମାନ ପାଲଟିଛନ୍ତି ଲକ୍ଷ୍ନୌ ସୁପଜାଏଣ୍ଟସ୍‌ର ହିରୋ । ପଡିଆରେ ଲଗାଉଛନ୍ତି ଚଉକାଛକା । 

ଆମେ କହୁଛୁ ଓ୍ବେଷ୍ଟଇଣ୍ଟିଜ୍‌ ବ୍ୟାଟର୍‌ ନିକୋଲାସ୍‌ ପୁରନ୍‌ଙ୍କ କଥା । ଆଇପିଏଲ୍‌ ୨୦୨୪ରେ କରୁଛନ୍ତି ଦମ୍‌ଦାର୍‌ ପ୍ରଦର୍ଶନ । ପୁରନ ଚଳିତ ସିଜିନ୍‌ରେ ୧୬୧ରୁ ଅଧିକ ଷ୍ଟ୍ରାଇକ୍‌ ରେଟ୍‌ରେ ଖେଳି ୨୨୩ ରନ୍‌ କରିସାରିଛନ୍ତି । ବିଗତ ୨ଟି ସିଜିନ୍‌ରେ ଲକ୍ଷ୍ନୌ ପାଇଁ ଖେଳୁଥିବା ନିକୋଲାସ୍‌ଙ୍କ ଜୀବନରେ ଏପରି ଏକ ସମୟ ଥିଲା ଯେତେବେଳେ କି ତାଙ୍କ ପାଇଁ କ୍ରିକେଟ ଛାଡିବା ବାଧ୍ୟତାମୂଳକ ହୋଇଯାଇଥିଲା । ଡକ୍ଟର ତାଙ୍କୁ କ୍ରିକେଟ ଛାଡିବା ପାଇଁ କହିଥିଲେ । 

ପୁରନ୍‌ ଜାଣିନଥିଲେ କି ତାଙ୍କ ଭବିଷ୍ୟତ କଣ ହେବ, କିନ୍ତୁ ଏହି ସମୟରେ ତାଙ୍କର ସାଥ୍‌ ଦେଇଥିଲେ ତାଙ୍କ ଗର୍ଲଫ୍ରେଣ୍ଡ   । ତେବେ ଏହି ଘଟଣା ହେଉଛି ୨୦୧୫ର । ସେତେବେଳେ ପୁରନ୍‌ ମାତ୍ର ୧୯ ବର୍ଷର ହୋଇଥିଲେ । ସେ ଅତି କମ୍‌ ବୟସରେ ବଡ ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁ କାରଣରୁ ତାଙ୍କ ୨ଟି ଗୋଡ ଫ୍ୟାକଚର୍‌ ହୋଇଯାଇଥିଲା । ଡକ୍ଟର କହିସାରିଥିଲେ କି ସେ ବୋଧେ ଭବିଷ୍ୟତରେ କ୍ରିକେଟ ଖେଳିପାରିବେନି । କାରଣ ସେତେବେଳକୁ ଓ୍ବେଷ୍ଟଇଣ୍ଡିଜ୍‌ ଓ୍ବିକେଟ୍‌କିପର୍‌ ବ୍ୟାଟର ପୁରନ୍‌ ନିଜ ଗୋଡରେ କିଛି ବି ଅନୁଭବ କରିପାରୁନଥିଲେ ।  

ସ୍ଥିତି ଏପରି ମୋଡ଼ ନେଇଥିଲା କି ପୁରନ୍‌ଙ୍କୁ ଅନ୍ତରାଷ୍ଟ୍ରିୟ କ୍ରିକେଟରେ ନିଜର ଛାପ ଛାଡିବା ପୂର୍ବରୁ ହିଁ ଅବସର ନେବାକୁ ପଡିଥାନ୍ତା  । ଦୁର୍ଘଟଣା ଯୋଗୁଁ ତାଙ୍କୁ ୧୮ ମାସ ଧରି କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିବାକୁ ପଡିଲା। ନିକୋଲାସ୍ ନିଜେ କହିଛନ୍ତି ଯେ ଗର୍ଲଫ୍ରେଣ୍ଡ ଏଲିସା ମିଗେଲ୍‌ ତାଙ୍କୁ ସେହି ସମୟରେ ବହୁତ ସାହାଯ୍ୟ କରିଥିଲେ। 

ଏଲିସା ଏବଂ ନିକୋଲସ୍‌ ଦୀର୍ଘ ସମୟରୁ ଡେଟ୍‌ କରିବା ପରେ ୨୦୨୦ରେ ଉଭୟ ବିବାହ କରିଥିଲେ । ଆଇପିଏଲ୍ ମ୍ୟାଚ୍ ସମୟରେ ମଧ୍ୟ ଆଲିସା ଅନେକଥର ନଜର ଆସିଛନ୍ତି । କହିବାକୁ ଗଲେ ଏଲିସାଙ୍କ ସପୋର୍ଟ କାରଣରୁ ହିଁ ପୁରନ୍‌ ଆଇପିଏଲରେ ବୋଲରଙ୍କର କରୁଛନ୍ତି ଦମ୍‌ଦାର୍‌ ଧୁଲାଇ । ରିପୋର୍ଟ ଅନୁଯାୟୀ ପୁରନ୍‌ IPL ୨୦୨୪ରେ ହାରାହାରି ୭୪ରୁ ଅଧିକ ରନ୍ ସ୍କୋର କରୁଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.