ସିବିଆଇ ପରେ ଏବେ ଆରବିଆଇ ଅଡୁଆ: ସଂସ୍ଥାର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରିବାକୁ କର୍ମଚାରୀଙ୍କ ସଂଘ ବି ଲେଖିଲା ସରକାରଙ୍କୁ ଚିଠି

Published By : Prameya-News7 Bureau | October 31, 2018 IST

ଦିଲ୍ଲୀ ୩୧/୧୦ : ଗତ କିଛି ଦେନା ହେଲା ସିବିଆଇରେ ଚାଲିଥିବା ଗୋଷ୍ଠୀ କନ୍ଦଳ ପରେ ଏବେ ଆରବିଆଇ ବିବାଦ ସାମ୍ନାକୁ ଆସିଛି | ଆରବିଆଇର ବରିଷ୍ଠ ଅଧିକାରୀମାନେ ତାଙ୍କ କାର୍ଯ୍ୟରେ ସରକାର ଦଖଲ ଦେଉଥିବା ଅଭିଯୋଗ କରିଛନ୍ତି | ଆରବିଆଇର କର୍ମଚାରୀ ସଂଘ ସରକାରଙ୍କୁ ଏନେଇ ଚିଠି ମଧ୍ୟ ଲେଖିଛନ୍ତି | ଆରବିଆଇର ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟ ସରକାରଙ୍କ ଦଖଲକୁ ନେଇ ଚିଠି ଲେଖିଥିଲେ | କର୍ମଚାରୀ ସଂଘ ଡେପୁଟି ଗଭର୍ନର ବିରଳ ଆଚାର୍ଯ୍ୟଙ୍କୁ ସମର୍ଥନ କରିଛନ୍ତି | ତେବେ ସରକାରଙ୍କ ଏଭଳି କାର୍ଯ୍ୟକଳାପ ବନ୍ଦ କରିବାକୁ ସଂଘ ଚେତାବନୀ ଦେଇଛି | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଆରବିଆଇ ବିବାଦକୁ ନେଇ ମୋଦି ସରକାରଙ୍କୁ ଆକ୍ଷେପ କରିଛନ୍ତି | ସୋମବାର ରାହୁଲ ଗାନ୍ଧୀ କହିଥିଲେ ଯେ, ଆରବିଆଇ ଗଭର୍ନର ଉରଜିତ ପଟେଲ ମଧ୍ୟ ବ୍ୟାଙ୍କକୁ ମୋଦି ସରକାରଙ୍କୁ ଠାରୁ ବଞ୍ଚଇବାକୁ ଚେଷ୍ଟା କରିଛନ୍ତି | ଏହା ତାଙ୍କୁ ଅତ୍ୟନ୍ତ ଆନନ୍ଦ ଦେଇଛି ବୋଲି ସେ କହିଛନ୍ତି | ରାହୁଲ ଏନେଇ ଟ୍ୱିଟ କରିଛନ୍ତି ଯେ, ଶେଷରେ ପଟେଲ ଆରବିଆଇକୁ ଶ୍ରୀମାନ ୫୬ଙ୍କ(ମୋଦି କହିଥିଲେ ତାଙ୍କର ୫୬ ଇଞ୍ଚର ଛାତି ) ଠାରୁ ବଞ୍ଚଇବାରେ ଲାଗିଛନ୍ତି | ଯୋଉଟା କେବେ ହେଇନଥାନ୍ତ ତାହା ଏବେ ହେଲା | ବିଳମ୍ବରେ ହେଲେ ମଧ୍ୟ ଭଲ ହୋଇଛି | ଭାରତ ବିଜେପିକୁ ଆମ ସଂସ୍ଥାମାନଙ୍କ ଉପରେ କବଜା କରିବାକୁ ଦେବା ନାହିଁ ବୋଲି ସେ ଟ୍ୱିଟ କରିଛନ୍ତି | ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେଲା ଆରବିଆଇ ଗଭର୍ନର ଉରଜିତ ପଟେଲ ଏବଂ ମୋଦିଙ୍କ ସମ୍ପର୍କ ଭଲ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.