Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ଓମିକ୍ରନ୍‌ ଡେଲ୍ଟାଠୁ ୫ଗୁଣା ଅଧିକ ସଂକ୍ରମଣ କରୁଛି : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

16/12/2021 at 12:24 PM

ଭୁବନେଶ୍ୱର ୧୬।୧୨: ଓମିକ୍ରନକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ। ପଜିଟିଭ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ କରାଯିବ ସ୍ୱତନ୍ତ୍ର ବ୍ଲକ। ଯେପରି ଅନ୍ୟ ରୋଗୀଙ୍କ ସହ ସଂସ୍ପର୍ଶରେ ନଆସିବେ । ସେନେଇ ବ୍ୟବସ୍ଥା କରାଯିବ। ସେମାନଙ୍କ ପାଇଁ ହୋମ ଆଇସୋଲେଶନ ବ୍ୟବସ୍ଥା ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓମିକ୍ରନ ଡେଲ୍‌ଟାଠୁ ୫ ଗୁଣା ଅଧିକ ସଂକ୍ରମଣ କରୁଛି। କେତେ ହସ୍ପିଟାଲାଇଜେସନ ହେବ , କେତେ ଗୁରୁତର ହେବ ଜଣାପଡିନି। କିନ୍ତୁ  ସାଧାରଣତଃ କୋଭିଡ ଭଳି ଲକ୍ଷଣ ପ୍ରକାଶ ପାଉଛି। ଭାକ୍‌ସିନ୍‌ ଉପରେ ଏହାର ପ୍ରଭାଵ କଣ ରହିବ, ସେନେଇ ବିଚାରାଧୀନ ରହିଛି।

ତେବେ ବର୍ତ୍ତମାନ ଅଧିକ  ରୋଗୀ ନଥିବାରୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ଅତିରିକ୍ତ ମୋଡ଼ରେ ରଖାଯାଇଛି । ଆବଶ୍ୟକ ସ୍ଥଳେ ଏହାକୁ  କାର୍ଯ୍ୟକାରୀ ହୋଇପାରିବ। ସେହିପରି ସ୍ଥାନୀୟ ଲୋକ ପ୍ରତିନିଧି, ଗାଁର ମୁଖିଆ ବି ସୂଚନା ଦେଲେ  ସର୍ଭିଲାନ୍ସକୁ ଆଣି ଟେଷ୍ଟ କରାଯିବ। ସରକାର ସୁବିଧା ଲାଗି ପୋର୍ଟାଲରେ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଖୋଜିକି ବାହାର କରୁଛନ୍ତି।

   Related Posts