ସେପଟେ ନିଆଳି ଓ ଗୋପାଳପୁର ୟୁକୋ ବ୍ୟାଙ୍କ ଲୁଟ ଘଟଣାର ମାଷ୍ଟର ମାଇଣ୍ଡ ଦୁର୍ଦ୍ଦାନ୍ତ ଅପରାଧୀ ମାଧବ ଖୁଣ୍ଟିଆ ଗିରଫ, ଖୋଲୁଛି ଗ୍ୟାଙ୍ଗଷ୍ଟର ଲିଂକ୍

Published By : Prameya-News7 Bureau | September 28, 2018 IST

ଭୁବନେଶ୍ବର୨୮|୯: ଖୋଲିବାରେ ଲାଗିଛି ଗ୍ୟାଙ୍ଗଷ୍ଟାର ମାଧବ ଖୁଣ୍ଟିଆ ଅପରାଧ ସାମ୍ରଜ୍ୟର ଗୁମର । ମାଧବର ଗିରଫଦାରୀ ପରେ ଗୋଟିଏ ପରେ ଗୋଟିଏ ଅପରାଧର କଳା ଫର୍ଦକୁ ତନ ତନ କରି ଯାଞ୍ଜ କାରୁଛି ଏସଟିଏଫ । ରାଜ୍ୟର ଥିବା ବଡ ବଡ ଗ୍ୟାଙ୍ଗଷ୍ଟାରମାନଙ୍କ ସହ ସମର୍କ ରଖି ମାଧବ ଚଳାଇଥିଲା ତାର ନେଟଓାର୍କ । ଯାହର ପର୍ଦାଫାଶ କରିବାରେ ସକ୍ଷମ ହୋଇ କ୍ରାଇବ୍ରାଞ୍ଚ ଏସଟିଏଫ । ସେପଟେ ଆଜି ମାଧବକୁ ବଲାଙ୍ଗିର କୋର୍ଟରେ ହାର କରାଯାଇଛି । ଅପରାଧ ଜଗର ବାଦଶାହା ଗ୍ୟାଙ୍ଗଷ୍ଟାର ମାଧବ ଖୁଣ୍ଟିଆ ଏବେ କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ । ଏସଟିଏଫ ଟିମ ମାଧବକୁ ଗିରଫ କରିବା ପରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଅପରାଧିକ ଜଗତର ଗୁମର । ଏପରିକି ରାଜ୍ୟରେ ଥିବା ସମସ୍ତ  ଟପମୋଷ୍ଟ ଗ୍ୟାଙ୍ଗଷ୍ଟାର ସହ ତାର ଲିଙ୍କ ରହିଛି । ସେମାନଙ୍କର ଅପରାଧିକ କାର୍ଯ୍ୟକଳାପର ବ୍ଲୁ ପ୍ରିଣ୍ଟକୁ ଫାଇନାଲ ରୂପ ଦେଉଥିଲା ମାଧବ । କହିବା ପାଇଁ ଗ​‌ଲେ ମୋଟା ଅଙ୍କର ଅର୍ଥ ନେଇ ଗ୍ୟାଙ୍ଗଷ୍ଟାମାନଙ୍କର ଅପରାଧର ସବ କଣ୍ଟ୍ରାକ୍ଟରଭାବେ କାର୍ଯ୍ୟକରୁଥିଲା । ମାଧବ ୧୬ ବର୍ଷ ବୟସରୁ ଅପରାଧ ଦୁନିଆରେ ଦେଇଥିଲା ପାଦ।  ଦୀର୍ଘ ୩୫ ବର୍ଷ ଧରି ସେ ତାର ଅପରାଧିକ ନେଟଓାର୍କ ବିଛାଇଥିଲା ସାରା ରାଜ୍ୟରେ । ଗ୍ୟାଙ୍ଗଷ୍ଟାର ଟିଟୋ , ସପୋ, ହାଇଦର , ଅନିଲ ଛୋଟରାୟ ଓ ରାଜା ଆଚାର୍ଯ୍ୟ ଏଭଳି ବହୁ ଗ୍ୟାଙ୍ଗଷ୍ଟାରଙ୍କ ଛତ୍ରଛାୟା ତଳେ ଥାଇ ମାଧବ ଚଳାଇଥିଲା ତାର ଅପରାଧିକ ନେଟଓ୍ରର୍କ । ମର୍ଡର, ବମିଂ, ଡକାୟତ, କିଡନାପ, ସୁପାରି, ମାରଶସ୍ତ୍ର କାରବାର, ଟେଣ୍ଡର ଫିକିଂ, ଲୁଟ ଭଳି ଅପରାଧିକ କାର୍ଯ୍ୟରେ ଲିପ୍ତ ଥିଲା ମାଧବ । ରାଜ୍ୟର ବିଭିନ୍ନ ଥାନାରେ ୧୩୭ ଟି ମାମଲା ରହିଛି ତା ନାରେ । କ୍ରାଇମବ୍ରାଞ୍ଚ ଏସଟିଏଫର ସୂଚନା ଅନୁସାରେ ୧ - ଗ୍ୟାଙ୍ଗଷ୍ଟାର ଟିଟୋ ସହ ମାଧବର ଥିଲା ୩୮ ଟିରୁ ଅଧିକ ଅପରାଧିକ ମାମଲା ୨ – ଗ୍ୟାଙ୍ଗଷ୍ଟାର ସପୋ ସହ ରହିଛି ୧୯ ଟି ଅପରାଧିକ ମାମଲା ୩ -  ଗ୍ୟାଙ୍ଗଷ୍ଟାର ହାଇଦର ସହ ରହିଛି ୨୮ ଟି ଅପରାଧିକ ମାମଲା ୪ – ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ସହ ରହିଛି ୩୫ ଟି ଅପରାଧିକ ମାମଲା ୫ – ଗ୍ୟାଙ୍ଗଷ୍ଟାର ଅନିଲ ଛୋଟରାୟ ସହ ରହିଛି ୧୨ ଟି ଅପରାଧିକ ମାମଲା ସେପଟେ ନିଆଳି ଓ ଗୋପାଳପୁର ୟୁକୋ ବ୍ୟାଙ୍କ ଲୁଟ ଘଟଣା ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ମାଧକ । କ୍ରାଇମବ୍ରାଞ୍ଚ ଏସଟିଏଫ ଗିରଫ ପରେ ଆଜି ତାଙ୍କୁ ବଲାଙ୍ଗିର କୋର୍ଟରେ ହାରଜ କରିଛି । ମାଧବର ଗିରଫଦାରୀ ପରେ ତାକୁ ୧୦ ଦିନିଆ ରିମାଣ୍ଡରେ ଆଣି ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ମାଧବର କାହା କାହା ସହ ଲିଙ୍କ ଥିଲା । କେଉଁ କେଉଁ ଅପରାଧିକ କାର୍ଯ୍ୟକଳାରେ ତାର ସମ୍ପୃକ୍ତି ଥିଲା ତାର ଖୋଡତାଳ ଆରମ୍ଭ କରି ଦେଇଛି ଏସଟିଏଫ । ଏପରିକି ବେଆଇନ ଅର୍ଥ କାରବାର, ଜମିଜମା କାରବାର ମଧ୍ୟ ତାର ଲିଙ୍କ ଥିବା ଜଣାପଡିଛି । ସେପଟେ ଇଣ୍ଟରଷ୍ଟେଟ ଅପରାଧିକ ଲିଙ୍କ ବି ରହିଛି । ସେହିପରି ତାର ପଲିଟିକାଲ, ପୋଲିସ, ସରକାରୀବାବୁମାନଙ୍କ ସହ ମଧ୍ୟ ଲିଙ୍କ ରିହିଥିବା ଜାଣିବାକୁ ପାଇଛି ଏସଟିଏଫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.