ପାରିବାରିକ ବିବାଦ, ସାନ ଭାଇକୁ ଛୁରା ମାରିଲା ବଡ଼ଭାଇ

Published By : Prameya-News7 Bureau | October 31, 2022 IST

ନୀଳଗିରି ୩୧।୧୦ : ବଡ଼ ଭାଇର ଛୁରା ମାଡରେ ସାନଭାଇ ଗୁରୁତର । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଜୁରିଆପାଟଣା ଗାଁରେ ଏଭଳି ଘଟଣା ଘଟିଛି। ଜମିଜମା ବିବାଦକୁ କେନ୍ଦ୍ରକରି ଏଭଳି ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ, ରଞ୍ଜନ କୁମାର ମଲ୍ଲିକ ତାଙ୍କ ମଝିଆ ଭାଇ ଅଞ୍ଜନର ଘରକୁ ଭାଙ୍ଗିବାକୁ ଆସିଥିଲା। ପରେ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରିଥିଲେ।ଦାମୋଧର ମଲ୍ଲିକଙ୍କ ମଝିଆ ପୁଅ ଅଞ୍ଜନ ଘର ନିର୍ମାଣ ପାଇଁ ରବିବାର ଗ୍ରେଡବିମ ପକାଇଥିଲେ।ସୋମବାର ଦିନ ତାଙ୍କ ବଡ଼ଭାଇ ରଞ୍ଜନ ଉତ୍‌କ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ନିର୍ମାଣ କାମକୁ ବିରୋଧ କରି ଭାଙ୍ଗିବାକୁ ଚେଷ୍ଟା କରିଥିଲେ।ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏବଂ ପରେ ରଞ୍ଜନ ତାଙ୍କୁ ମାଡ଼ ମାରିଥିଲା ।

ତେବେ ସାନଭାଇ ପ୍ରଭାତ ଛଡ଼ାଇବାକୁ ଚେଷ୍ଟାକରିବାରୁ ରଞ୍ଜନ ତାଙ୍କ ପରିବାର ସହ ଆକ୍ରମଣ କରିଥିଲେ।ଏକ  ଛୁରାରେ ରଞ୍ଜନ ଆକ୍ରମଣ କରିବାରୁ ପ୍ରଭାତଙ୍କ ପେଟରେ ବାଜିଥିଲା।ସେ  ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।  ଘଟଣାକୁ ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି।ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.