ଝାରପଡ଼ା ଜେଲ୍‌ରେ ଏନ୍‌ଆଇଏ ଟିମ୍‌, ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଚାଲିଛି ଜେରା

Published By : Prameya-News7 Bureau | December 16, 2021 IST

ଭୁବନେଶ୍ୱର ୧୬।୧୨:  ଝାରପଡ଼ା ଜେଲ୍‌ରେ ଏନ୍‌ଆଇଏ ଟିମ୍‌ । ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରଙ୍କୁ ଜେରା କରିବାକୁ ଆସିଛି ଏନ୍‌ଆଇଏ ଟିମ୍‌ । ମାଓନେତା ଦୁବାସିଙ୍କୁ ଏନ୍‌ଆଇଏର ୨ ଜଣିଆ ଟିମ୍‌ ଜେରା କରୁଛି ।

{"id":560344,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ୨୦୧୨ ମାଲକାନଗିରି ଚିତ୍ରକୋଣ୍ଡା ବିସ୍ଫୋରଣରେ ବିଏସ୍‌ଏଫ କମାଣ୍ଡାଣ୍ଟ ଓ ୩ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଦୁବାସିକୁ ଜେରା କରୁଛି ଏନ୍‌ଆଇଏ ଟିମ୍‌ । ଦୁବାସିଙ୍କୁ ଜେରା କରିବାକୁ ଅନୁମତି ପ୍ରଦାନ କରିଛନ୍ତି ଏନ୍‌ଆଇଏ୍‌ ସ୍ୱତନ୍ତ୍ର କୋର୍ଟ ।

{"id":560345,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାରେ ଏକାଧିକ ହିଂସାକାଣ୍ଡରେ ଦୁବାସିର ସଂପୃକ୍ତି ଥିଲେ । ତାଙ୍କ ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ଶେଷରେ ସେପ୍ଟେମ୍ବର ୯ତାରିଖରେ କୋରାପୁଟ ବୈପାରୀଗୁଡା ପୋଲିସ ହାତରେ ଧରାପଡିଥିଲା ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କର । ତାପର ଠାରୁ ଦୁବାସି ଝାରପଡ଼ା ଜେଲ୍‌ରେ ରହିଛି । ଆଉ ଏବେ ତାଠାରୁ ୨୦୧୨ ବିସ୍ଫୋରଣ ଘଟଣାରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଜେରା କରୁଛି ଏନ୍‌ଆଇଏ ଟିମ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.