oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

ପୁଲଓ୍ୱାମା ଆକ୍ରମଣ ଘଟଣା : ଫଟୋ-ଚାଟ୍‌ର ହିଷ୍ଟ୍ରୀ ଏବଂ ଏକ ମୋବାଇଲ୍‌ ଫୋନ୍‌ରୁ ମାମଲାର ପର୍ଦ୍ଦାଫାଶ କଲା NIA

26/08/2020 at 11:12 AM

ନୂଆଦିଲ୍ଲୀ ୨୬।୦୮: ପୁଲଓ୍ୱାମା ଆତଙ୍କୀ ହମ୍‌ଲାର ରହସ୍ୟରୁ ପରଦା ହଟାଇଛି ଜାତୀୟ ଯାଞ୍ଚ ଏଜେନ୍ସି (NIA) ।ମଙ୍ଗଳବାର ଦିନ ଏହି ମାମଲାରେ ଚାର୍ଜସିଟ ମଧ୍ୟ ଦାଖଲ ହୋଇଛି । ଯାଞ୍ଚରେ ମସୁଦ ଅଜହରର ସମ୍ପର୍କୀୟ ମହମ୍ମଦ ଉମର ଫାରୁକ, ପାକିସ୍ତାନୀ ଆତଙ୍କବାଦା କମରାନ୍‌ ଅଲ୍ଲୀ ଓ କାରୀ ୟାସୀର ପରି ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ନିହତ ହୋଇଛନ୍ତି। ୨୯ମାର୍ଚ୍ଚ ୨୦୧୯ରେ ଆକ୍ରମଣରେ ସାମିଲ ଥିବା ଫାରୁକ୍‌ଙ୍କ ମୃତ୍ୟୁ ହୋଇଯାଇଥିଲା । କିନ୍ତୁ ତା ମୋବାଇଲ୍‌ କିଛି ମାସ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀର ପୋଲିସ ପାଖରେ ପଡିରହିଥିଲା ।

ଜବତ ହୋଇଥିବା ମୋବାଇଲରୁ ତଥ୍ୟ ସଂଗ୍ରହ କରିବା କରିଥିଲା NIA। ଫୋନ୍‌ରୁ ଅନେକ କିଛି ତଥ୍ୟ ମିଳିବା ଆଶାରେ NIA ଆଶା ରଖିଥିଲା । ଫାରୁକର ମୋବାଇଲ ଫୋନ୍‌ରୁ ଅନେକ ଫଟୋ, ଭିଡ଼ିଓ ଓ କଥାବାର୍ତ୍ତା ତଥ୍ୟ ସଂଗ୍ରହ କରିଥିଲା NIA । ଜଣେ ଅଧିକାରୀଙ୍କ ତଥ୍ୟ ଅନୁସାରେ ଆତଙ୍କୀମାନେ ପାକିସ୍ତାନରୁ ଭାରତ ଆସିବା ପର୍ଯ୍ୟନ୍ତ ଅନେକ ଫଟୋ ଏହି ଫୋନ୍‌ରେ ରହିଥିଲା । ଏହା ସହିତ ବମ୍‌ ପ୍ରସ୍ତୁତି ନେଇ ମଧ୍ୟ ଅନେକ ଫଟୋ ରହିଥିଲା । ଯାହାର ଖିଅ ଖୋଜି ବାହାର କରିଛି NIA ।

ଏହାସହିତ ମଧ୍ୟ ତଦନ୍ତ ମଧ୍ୟରେ ଜେସ୍‌-ଏ—ହମ୍ମଦ ସହିତ ଅନେକ ହ୍ୱାଟ୍‌ସପ ଚାଟ୍‌ କରିଥିବା ପ୍ରମାଣ ମିଳିଥିଲା । ମୁଖ୍ୟତଃ ଅବ୍‌ଦୁଲ୍‌ ଅସଗର, ପାକିସ୍ତାନରେ ଉମ୍ମାର ଅଲ୍‌ବୀ ଓ ଘାଟିରେ କେତେକେ ଅପରେଟିଭ୍‌ଙ୍କ ସହିତ ଚାଟ୍‌ କରିଥିବାର ତଥ୍ୟ ହସ୍ତଗତ ହୋଇଥିଲା । ଖୁବଶୀଘ୍ର ଇନ୍‌ସପେକ୍ଟର ଜେନେରାଲ୍‌ ଅନୁଲ ଶୁକ୍ଲ, ଡେପୁଟି ଇନ୍‌ସପେକ୍ଟର ଜେନେରାଲ୍‌ ସାନିଆ ନାରଙ୍ଗ ଓ ପୋଲିସ ଅଧିକ୍ଷକ ରାକେଶ ବଲବାଳଙ୍କ ନେତୃତ୍ୟରେ ଯାଞ୍ଚ ଦଳ ଫାରୁକର ଫୋନ୍‌ରୁ ଜଣେ କାଶ୍ମୀରର ଶାକିର ଓ୍ୱାସିର ନାମକ ଜଣେ ଯୁବକଙ୍କ ଫଟୋ ମିଳିଥିଲା । ଯାହାର ପରିଚୟ ପୁଲଓ୍ୱାମ୍‌ର କାକାପୋରାର ନିବାସୀ ରୂପରେ ହୋଇଥିଲା । ଶାକିର ବଶିର ଗତ ୨୮ ଫେବୃଆରୀରେ ଗିରଫ କରାଯାଇଥିଲା। ସେହି ବୋମାର ବ୍ୟବହୃତ CRPF ଭ୍ୟାନ୍‌ ଉପରେ ହୋଇଥିଲା । ଯେଉଁଥିରେ ୪୦ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିଲେ ।

ତେବେ ଚାଟ୍‌ ରେକର୍ଡରୁ NIAକୁ ମିଳିଥିଲା ଯେ, ପ୍ରଥମେ ପୁଲଓ୍ୱାମାରେ ଆକ୍ରମଣ ହେବ । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ , ଏବଂ ଏହି ଯୁଦ୍ଧ ସମୟରେ ଜୈସ-ଏ-ମହମ୍ମଦର କେତେକ ଆତଙ୍କୀ ଭାରତୀୟ ସୀମାରେ ଅନୁପ୍ରବେଶ କରିବେ ବୋଲି ଷଡଯନ୍ତ୍ର ରଚାଯାଇଥିଲା । NIA ଏହି କାଥାବାର୍ତ୍ତାର ରେକର୍ଡ ବା ଚାଟ୍‌କୁ ନେଇ ଛାନ୍‌ଭିନ୍‌ କରିଥିଲା । ତଦନ୍ତରୁ ଏହା ଜଣାପଡିଥିଲା ଯେ, ପାକିସ୍ତାନରେ ବସିରହିଥିବା ଫାରୁକର ଦାଦା ପୁଲଓ୍ୱାମା ଆକ୍ରମଣ ପରେ ଆଉ ଏକ ଆକ୍ରମଣ କରିବା ନିର୍ଦ୍ଦେଶ ଦେଉଥିଲା । କିନ୍ତୁ ପାକିସ୍ତାନ ଉପରେ ଭାରତ ଓ ଅନ୍ତରାଷ୍ଟ୍ରୀୟ ଦେଶମାନଙ୍କ ଚାପ ଆଗରେ ଏହି ଯୋଜନାକୁ ବନ୍ଦ କରାଯାଇଥିଲା। ଏଜେନ୍ସିଙ୍କୁ ଏହା ମଧ୍ୟ ଜଣାପଡିଛି ଯେ,  ପାକିସ୍ତାନର ଏଲ୍‌ଆଇଡି ବ୍ୟାଙ୍କ ଲିମିଟେଡ୍‌ ଓ ମୋଜାନ ବ୍ୟାଙ୍କରେ  ଫାରୁକର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ରହିଛି । ଯାହାର ବ୍ୟବହାର ପୁଲଓ୍ୱାମା ଆକ୍ରମଣରେ ବ୍ୟବହାର କରାଯାଇଥିଲା । ଫାରୁକର ଫୋନରୁ ଜବତ ହୋଇଥିବା ସେଲ୍‌ଫି, ଫଟୋ, ଭିଡିଓ ଓ ଚାଟ୍‌ରୁ ତଥ୍ୟ ଯୋଗାଡ଼ କରି NIA ଏହି ରହସ୍ୟ ଉପରୁ ପରଦା ଉଠାଇଛି ।

   Related Posts