ମୁଁ ଜନ୍ମରୁ ସୁନ୍ଦର ନଥିଲି, ୟୁଟ୍ୟୁବରେ ମେକଅପ୍ ଶିଖି ନିଜକୁ ସଜେଇଲି
6/09/2022 at 1:28 PM

ମୁମ୍ୱାଇ ୦୬/୦୯: ଜାମାଇ ରାଜା,ଏକ ହଜାରୋନ୍ ମେ ମେରୀ ବେହନା ଭଳି ଅନେକ ଟିଭି ଶୋ’ରେ ନିଜର ଅଭିନୟ ପାଇଁ ବେଶ୍ ଜଣାଶୁଣା ଥିଲେ ଅଭିନେତ୍ରୀ ନିଆ ଶର୍ମା । ଏବେ କିନ୍ତୁ ସେ ଡ୍ୟାନ୍ସ ରିଅଲିଟି ସୋ ଝଲକ ଦିଖଲା ଜା-୧୦ରେ ପ୍ରତିଯୋଗୀ ଭାବରେ ନଜର ଆସିଛନ୍ତି । କେବଳ ଅଭିନୟ ନୁହେଁ ଇଣ୍ଡଷ୍ଟ୍ରିର ଷ୍ଟାଇଲିସ୍ ଅଭିନେତ୍ରୀ ଭାବରେ ମଧ୍ୟ ଜଣାଶୁଣା, ନିଆ ଶର୍ମା ତାଙ୍କ ଲୁକ୍ ପାଇଁ ବେଶ୍ ଫେମସ ।
ନିକଟରେ ସେ ତାଙ୍କ ସୌନ୍ଦର୍ଯ୍ୟ ନେଇ କିଛିଟା ଗମୁର ଖୋଲିଛନ୍ତି । ଇଣ୍ଡଷ୍ଟ୍ରିରେ ବହୁତ କମ୍ ଅଭିନେତ୍ରୀ ଥିବେ ଯେଉଁମାନେ ସେମାନଙ୍କର ସୌନ୍ଦର୍ଯ୍ୟକୁ ଅବମାନନା କରନ୍ତି । କିନ୍ତୁ ତାଙ୍କ ବୋଲ୍ଡ ଷ୍ଟାଇଲ୍ ପାଇଁ ଲାଇମଲାଇଟରେ ଥିବା ନିଆ ଶର୍ମା ସ୍ୱୀକାର କରିଛନ୍ତି ଯେ ସେ ସୁନ୍ଦର ଜନ୍ମରୁ ନଥିଲେ । ତାଙ୍କୁ କେହି ଏହା କହି ନାହାଁନ୍ତି, ଏହା ତାଙ୍କର ନିଜର ବିଶ୍ୱାସ ।
ଏକ ସାକ୍ଷାତକାରରେ ଏହି ବିଷୟରେ ଉଲ୍ଲେଖ କରି ଅଭିନେତ୍ରୀ ଏକଥା କହିଥିଲେ । ସେ କହିଥିଲେ ଯେ, ମୁଁ ମୋ ଗ୍ରମିଂ ପାଇଁ ବହୁତ ପରିଶ୍ରମ କରିଥିଲି ।ନିଆ କହିଛନ୍ତି, ମୋ ଜୀବନର ଯାତ୍ରା ଏତେ ସହଜ ନୁହେଁ । ଏହା ବହୁତ କଷ୍ଟସାଧ୍ୟ ଏବଂ ଭିନ୍ନ ଥିଲା । ଭଲ ଦେଖାଯିବା କେତେ ଗୁରୁତ୍ୱପୂର୍ଣ୍ଣ ଯେତେବେଳେ ମୁଁ ଏହି ବାସ୍ତବତାର ସାମ୍ନା କରିଥିଲି ।
ମୁଁ ନିଜ ଉପରେ ବହୁତ କାମ କରିଥିଲି । ମୁଁ ମୋ ଜୀବନର ପ୍ରତ୍ୟେକ ଦିନ ନିଜକୁ ସଜାଇବାରେ ବିନିଯୋଗ କରେ । ମୁଁ ନିଜକୁ ସୁନ୍ଦର କରିବାକୁ କଠିନ ପରିଶ୍ରମ କରିଥିଲି । ସେ କହିଥିଲେ ମେକଅପ୍ କଣ ଆଦୌ ଜାଣି ନଥିଲି । ଯେତେବେଳେ ସେ ମେକଅପ୍ ନଉଥିଲେ, ନଷ୍ଟ ହେଉଥିଲା ସେତେବେଳେ ସେ ବହୁତ କାନ୍ଦୁଥିଲେ । ନିଆ ଆହୁରି ମଧ୍ୟ କହିଥିଲେ ଯେ ସେ କାହାରି ସାହାଯ୍ୟ ନନେଇ ନିଜକୁ ସଜାଇଥିଲି ।
ନିଆ କହିଛନ୍ତି ଯେ ଯେତେବେଳେ ସେ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲି, ଲୋକମାନେ ତାଙ୍କ ମେକଅପ୍ କିପରି କରୁଥିଲେ ଏବଂ ମୁଁ ମେକଅପ୍ ଜାଣି ନ ଥିଲି । ଯେତେବେଳେ ମୁଁ ନିଜକୁ ଦେଖୁଥିଲି, ମୁଁ ଏତେ କାନ୍ଦୁଥିଲି ଯେ ମୁଁ କାହିଁକି ଏପରି ଦେଖାଯାଉଛି? ପରେ ମୁଁ ସ୍ଥିର କଲି ନିଜେ ଏହାକୁ ଶିଖିବି । କିପରି ମେକଅପ୍ ନିଆଯାଉଛି ଜାଣିବି । ଠିକ୍ ସେପରି ହେଲା ମୁଁ ୟୁଟ୍ୟୁବ ଦେଖି ଶିଖିଲି ଓ ମେକ୍ଏପ୍ ନେଲି । ଏହା ପରେ ମୁଁ ମେକଅପ୍ ପାଇଁ ଅନେକ ଷ୍ଟାଇଲିଷ୍ଟ ଏବଂ ମେକଅପ୍ କଳାକାରଙ୍କ ସହଯୋଗ ପାଇଁ ଅଫର ପାଇବା ଆରମ୍ଭ କଲି । ଆଜି ଲୋକେ ମୋ ମେକ୍ଅପ୍କୁ ପସନ୍ଦ କରୁଛନ୍ତି ।