କେରଳରେ ଏନଆଇଏର ଚଢଉ, ଦିଲ୍ଲୀ-ୟୁପି ସହ ଅନେକ ସ୍ଥାନରେ ବିସ୍ଫୋରଣ ଥିଲା ଯୋଜନା

Published By : Prameya-News7 Bureau | November 07, 2022 IST

ନୂଆଦିଲ୍ଲୀ: ଆତଙ୍କବାଦ ଗତିବିଧିକୁ ନେଇ ଏନଆଇଏ କେରଳରେ ଏକ ବଡ଼ ଧରଣର ଚଢଉ କରିଛି । ଚଢଉ ସମୟରେ ଅନେକ ବଡ଼ ଖୁଲାସା ହୋଇଛି । ଆତଙ୍କୀମାନେ ଦିଲ୍ଲୀ, ଉତ୍ତର ପ୍ରଦେଶ କର୍ଣ୍ଣାଟକ, ତାମିଲନାଡୁ ସହ ଅନେକ ସହରରେ ବଡ଼ ବିସ୍ଫୋରଣର ଯୋଜନା କରିଥିବା ଏନଆଇଏ ଜାଣିବାକୁ ପାଇଥିଲା । ସୂଚନା ଅନୁସାରେ, ଏନଆଇଏ ମଲ୍ଲପୁରମର ତିନୋଟି ସ୍ଥାନର ଚଢଉ କରିଥିଲା।

କିଛି ଦିନ ପୂର୍ବେ ଗିରଫ ୨୦ ପିଏଫଆଇ ସଦସ୍ୟଙ୍କୁ ପଚରାଉଚରା ପରେ ଏହି ଚଢଉ କରାଯାଇଛି । ଏନଆଇଏ ଅନୁସାରେ, ମଲ୍ଲପୁରମର ତିନୋଟି ସ୍ଥାନରେ ଦେଶ ବିରୋଧୀ ଗତିବିଧି ପରିଚାଳିତ ହେଉଥିଲା । ଅଭିଯୁକ୍ତମାନେ ଆତଙ୍କୀ ଟ୍ରେନିଂ ନେଇଥିବା ଏନଆଇଏ ଖୁଲାସା କରିଛି ।

ଉଲ୍ଲେଖଯୋଗ୍ୟ ଯେ, କୋଏମ୍ୱଟୁର ଏକ ମନ୍ଦିର ନିକଟରେ ହୋଇଥିବା ବିସ୍ଫୋରଣ ଜଣେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ପରେ ଏନଆଇଏ ତଦନ୍ତ ଜୋରଦାର ହୋଇଛି । କେନ୍ଦ୍ର ସରରକାର ଏହି ବିସ୍ଫୋରଣ ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରିଥିଲେ । ଅନ୍ୟପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ମଧ୍ୟ ଏହି ମାମଲାରେ ଏନଆଇଏ ତଦନ୍ତ ପାଇଁ ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.