ନିଆଁରେ ପୋଡ଼ିହୋଇ ନାବାଳକ ଗୁରୁତର, ମେଡିକାଲରେ ଭର୍ତ୍ତି
29/04/2020 at 3:09 PM

ବାଲିପାଟଣା ୨୯।୦୪: ନିଆଁରେ ପୋଡ଼ିହୋଇ ନାବାଳକ ଗୁରୁତର । ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି | ଅସାବଧାନତା କାରଣରୁ ନାବାଳକ ଜଣକ ପୋଡ଼ିହୋଇ ଗୁରୁତର ହୋଇଥିବା ପରିବାର ଲୋକ ପ୍ରକାଶ କରିଛନ୍ତି ।

ବାଲିପାଟଣା ଥାନା ଘାଷିଅନ୍ଧୋଟି ଗ୍ରାମର ନରେନ୍ଦ୍ର ଭୋଇଙ୍କ ୯ ବର୍ଷ ବୟସର ନାବାଳକ ପୁତ୍ର ଦେହରେ ନିଆଁ ଲାଗି ଯାଇଥିଲା । ନାବାଳକ ଜଣକ ଗୁରୁତର ଭାବେ ପୋଡ଼ିହୋଇ ଯାଇଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା । ତାଙ୍କ ଶରୀରର ୫୦% ଭାଗ ପୋଡ଼ି ଯାଇଛି । ବର୍ତ୍ତମାନ ନାବାଳକଙ୍କ ଅବସ୍ଥା ସ୍ଥିର ରହିଛି ।
Related Posts
ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ; ଲୁଟିନେଲେ ୫ ଲକ୍ଷ ଟଙ୍କାର ଅଳଙ୍କାର
27 January 2023
ମୁର୍ତ୍ତି ବିସର୍ଜନ ବେଳେ ଅଘଟଣ; ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ମୃତ
27 January 2023