ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ସେକ ହେଲା କାଳ, ପୋଡିହୋଇ ବୃଦ୍ଧ ଗୁରୁତର

Published By : Prameya-News7 Bureau | February 17, 2020 IST

କାମାକ୍ଷାନଗର ୧୭।୦୨:  ନିଆଁରେ ପୋଡି ହୋଇ ବୃଦ୍ଧ ଗୁରୁତର।  କଙ୍କଡାହାଡ ଥାନା ଦଣ୍ଡେଇମରା ଗାଁରେ ଘଟିଛି ଘଟଣା । ଗୁରୁତର ବୃଦ୍ଧଙ୍କ ନାମ ଇନ୍ଦ୍ରମଣି ପ୍ରଧାନ ବୋଲି ଜଣାପଡିଛି।   

{"id":225326,"sizeSlug":"large"}

ସୂଚନାଯୋଗ୍ୟ ଯେ, ସବୁଦିନ ଭଳି ଆଜି ମଧ୍ୟ ସକାଳ ସମୟରେ ଘରେ ଶୀତ ଦାଉରୁ ରକ୍ଷା ପାଇଁ ନିଆଁ ଜାଳି ଶୋଇଥିଲେ। ତେବେ ଶୋଇଥିବା ଅବସ୍ଥାରେ ସେଜରେ ନିଆଁ ଲାଗି ଶରୀରରେ ନିଆଁ ଲାଗି ଯାଇଥିଲା। ଚିତ୍କାର ଶୁଣି ପରିବାର ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧଙ୍କ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ନିଆଁ ଲାଗି ବୃଦ୍ଧଙ୍କ ଶରୀରର ପ୍ରାୟ ୮୦ ଭାଗ ପୋଡିଯାଇଛି।

{"id":225328,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.