ଆତଙ୍କବାଦୀ ଫଣ୍ଡିଂ ମାମଲା, ବିଭିନ୍ନ ସ୍ଥାନରେ NIA ପକ୍ଷରୁ ଚଢାଉ
15/05/2023 at 8:55 AM

ନୂଆଦିଲ୍ଲୀ ୧୫।୦୫: ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲା । ଆକ୍ସନରେ ଏନ୍ଆଇଏ ( ଜାତୀୟ ତଦନ୍ତକାରୀ ସଂସ୍ଥା ) । ଜାମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଏନ୍ଆଇଏ ପକ୍ଷରୁ ଚଢାଉ ଚାଲିଛି । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ମିଳିଛି ।
ଖବର ଅନୁଯାୟୀ, ଆତଙ୍କାବାଦୀ ଫଣ୍ଡିଂ ମାମଲାରେ ଆକ୍ସନକୁ ଆସିଛି ଏନ୍ଆଇଏ । ସୋମବାର ସକାଳୁ ସକାଳୁ ଜମ୍ମୁ-କାଶ୍ମୀର ବିଭିନ୍ନ ସ୍ଥାନରେ ଚଢାଉ କରିଛି ଏନ୍ଆଇଏ । ପୁଲଓ୍ୱାମା ଓ ସୋପିଆନ୍ର ବିଭିନ୍ନ ସ୍ଥାନରେ ଚଢାଉ କରୁଛି ଏନ୍ଆଇଏ । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ମିଳିଥିବା ସୂଚନା ।
ସେହିପରି ପୂର୍ବରୁ ମଧ୍ୟ ଆତଙ୍କବାଦୀ ଫଣ୍ଡିଂ ମାମଲାରେ ଜାମ୍ମ-କାଶ୍ମୀର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଏପିରିକି କିଛି ଲୋକଙ୍କୁ ମଧ୍ୟ ଗିରଫ କରିଥିଲା ଏନ୍ଆଇଏ । ତେବେ ଏହି ମାମଲାର ଚେର କେଉଁ ଯାଏଁ ଲମ୍ବିଛି । ସେନେଇ ଛାନ୍ଭିନ୍ ଜାରି ରଖିଛି ଏନ୍ଆଇଏ ।