ପିଏଫଆଇ ଉପରେ ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ, କେରଳରେ ୫୬ ସ୍ଥାନରେ ରେଡ୍

Published By : Prameya-News7 Bureau | December 29, 2022 IST

ନୂଆଦିଲ୍ଳୀ, ୨୯/୧୨: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସୀ (ଏନଆଇଏ) ଗୁରୁବାର କେରଳରେ ପିଏଫଆଇ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଯାଞ୍ଚ ଏଜେନ୍ସୀ କେରଳ ସହ ପିଏଫଆଇର ୫୬ ଠିକଣାରେ ରେଡ୍ କରିଛି। ଏଥିରେ ପିଏଫଆଇ ସଦସ୍ୟଙ୍କ ଘରେ ମଧ୍ୟ ରେଡ୍ କରାଯାଇଛି।

ଯାଞ୍ଚ ଏଜେନ୍ସୀ ଅନୁଯାୟୀ, ଅନ୍ୟ କୌଣସି ନାମରେ ପିଏଫଆଇକୁ ପୁଣି ଥରେ ସକ୍ରିୟ କରିବାକୁ ଚେଷ୍ଟା କରାଯାଉଥିଲା। ଆଜିର କାର୍ଯ୍ୟାନୁଷ୍ଠାନ ପିଏଫଆଇ ସଦସ୍ୟ ଏବଂ ପିଏଫଆଇ ପାଇଁ କାମ କରୁଥିବା ଲୋକଙ୍କ ଉପରେ ହୋଇଛି। ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରେଡ୍ ସକାଳ ୪ ଟା ସମୟରେ ହୋଇଥିଲା।

ପ୍ରକୃତରେ ଗୃହ ମନ୍ତ୍ରାଳୟ ଦ୍ବାରା ପ୍ରତିବନ୍ଧକ ଲଗାଯିବା ପରେ ପିଏଫଆଇ ଅନ୍ୟ ଅନ୍ତରାଷ୍ଟ୍ରୀୟ ଆତଙ୍କୀ ସଂଗଠନରେ ଯୋଗଯୋଗରେ ରହିଥିଲା। ଫଣ୍ଡ ସଂଗ୍ରହ କରିବା ପାଇଁ ଚେଷ୍ଟା କରାଯାଉଥିଲା।

କେରଳରେ ହିଁ ସେପ୍ଟେମ୍ବର ଠାରୁ ଏପର୍ଯ୍ୟନ୍ତ ଏନଆଇଏଇର ପିଏଫଆଇ ବିରୋଧରେ ୫ ରେଡ୍ ହୋଇସାରିଛି। ଯାଞ୍ଚ ଏଜେନ୍ସୀ ମୁତାବିକ ଦେଶରେ କେରଳରେ ହିଁ ପିଏଫଆଇର ସବୁଠୁ ଅଧିକ ସକ୍ରିୟ ସଦସ୍ୟ ଅଛନ୍ତି। ଯାହା ଗତ ବଡ଼ କାର୍ଯ୍ୟାନୁଷ୍ଠାନ ପରେ ବି କାର୍ଯ୍ୟକଳାପ ଜାରି ରଖିଛି।

ସୂଚନାଯୋଗ୍ୟ, ୨୦୦୬ ରେ କେରଳରେ ପିଏଫଆଇର ଗଠନ ହୋଇଥିଲା ଏବଂ ଏହା ୨୦୦୯ ରେ ଏକ ରାଜନୀତିକ ମୋର୍ଚ୍ଚା ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଇଣ୍ଡିଆ ମଧ୍ୟ ଗଠନ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.