ଟେରର ଫଣ୍ଡିଂ ମାମଲା, ବିଭିନ୍ନ ସ୍ଥାନରେ NIAର ରେଡ୍‌

Published By : Prameya-News7 Bureau | December 24, 2022 IST

ଶ୍ରୀନଗର ୨୪।୧୨ : ଟେରର ଫଣ୍ଡିଂରେ ଲାଗିବ ଆହୁରି ଲଗାମ । ଆକ୍ସନମୋଡ଼ରେ ଜାତୀୟ ତଦନ୍ତକାରୀ ସଂସ୍ଥା । ଜମ୍ମୁ କାଶ୍ମୀର କଠୁଆର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ପକ୍ଷରୁ ଚଢାଉ ଜାରି ରହିଛି ।

ଖବର ଅନୁଯାୟୀ, ଦେଶରେ ଆତଙ୍କବାଦୀ ଦମନ ପାଇଁ ଆକ୍ସନମୋଡ଼କୁ ଆସିଛନ୍ତି ସରକାର । ଗୋଟିଏ ପଟେ ସେନା ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କୁ ଦମନ କରୁଥିବା ବେଳେ ଆଉ ଗୋଟିଏ ପଟେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ଟେରର ଫଣ୍ଡିଂ କେସ୍‌ରେ କଠୁଆର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ଏନ୍‌ଆଇଏ ।

ସେହିପରି ଶୁକ୍ରବାର ଦିନ ମଧ୍ୟ ଜମ୍ମୁ କାଶ୍ମୀରର ୧୩ଟି ସ୍ଥାନରେ ଏନ୍‌ଆଇଏ ପକ୍ଷରୁ ରେଡ୍‌ କରାଯାଇଥିଲା । ଟେରର ଫଣ୍ଡିଂ ଏବଂ ଡ୍ରୋନ୍‌ରେ ଅସ୍ତ୍ରଶସ୍ତ୍ର ଚାଲାଣ ଅଭିଯୋଗରେ ଚଢାଉ କରିଥିଲା ଏନ୍‌ଆଇଏ । ଯେଉଁଥିରେ କି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ମିଳିଥିଲା । ଆଉ ଏବେ ଶନିବାର ମଧ୍ୟ ଏନ୍‌ଆଇଏ ପକ୍ଷରୁ କଠୁଆ ଜିଲ୍ଲାର ବିଭିନ୍ନ ସ୍ଥାନରେ ରେଡ୍‌ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.