ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀକୁ ନେଇ ଶକ୍ତ ଏନଆଇଏ, ଅଧିକ ତଦନ୍ତ ପାଇଁ ୩ଟି ରାଜ୍ୟରେ ରେଡ୍

Published By : Prameya-News7 Bureau | November 29, 2022 IST

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀକୁ ନେଇ ଶକ୍ତ ହୋଇଛି ଏନଆଇଏ । ଗ୍ୟାଙ୍ଗଷ୍ଟରର ସମ୍ପୃକ୍ତି ଥିବା ସ୍ଥାନ ଗୁଡ଼ିକରେ ଛାନବିନ୍ କରିଛି ଜାତୀୟ ଯାଞ୍ଚ ଏଜେନ୍ସି । ୩ଟି ରାଜ୍ୟରେ ଥିବା ଲରେନ୍ସ ବିଷ୍ଣୋୟୀର ବିଭିନ୍ନ ଠିକଣାରେ ରେଡ୍ କରିଛି ଏନଆଇଏ ।

ମଙ୍ଗଳବାର ସକାଳୁ ଯାଞ୍ଚ ଏଜେନ୍ସି ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନରେ ଖୋଳତାଡ଼ କରିଛି । ଲରେନ୍ସ ବିଷ୍ଣୋୟୀର ସମ୍ପର୍କୀୟଙ୍କ ଘରେ ଛାନବିନ୍ କରିଛି ଏନଆଇଏ । କିଛି ଦିନ ପୂର୍ବରୁ ଗ୍ୟାଙ୍ଗଷ୍ଟର ଲରେନ୍ସକୁ ଦିଲ୍ଲୀ ମୁଖ୍ୟାଳୟରେ ଏନଆଇଏ ଟିମ୍ ପଚରାଉଚରା କରିଥିଲା । ପରେ ଅପରେସନକୁ ଆହୁରି ଜୋରଦାର କରିଛି ଟିମ୍ । ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ଗୃହମନ୍ତ୍ରଣାଳୟ । ବିଭିନ୍ନ ଅପରାଧରେ ଜଡ଼ିତ ଥିବା ୨୫ଜଣ ଅପରାଧିଙ୍କ ବିରୋଧରେ ଆକ୍ସନ ନେବାକୁ ଏନଆଇଏକୁ ପତ୍ର ଲେଖିଥିଲା । ଏହି ଚିଠି ପରେ ଦିଲ୍ଲୀ, ହରିୟାଣା ଓ ପଞ୍ଜାବରର ଗ୍ୟାଙ୍ଗଷ୍ଟାରମାନଙ୍କୁ ଉତ୍ତର ଭାରତରୁ ଦକ୍ଷିଣ ଭାରତ ଜେଲକୁ ପଠାଯାଇଛି ।

ଏନଆଇଏର ରିପୋର୍ଟ ଅନୁଯାୟୀ, କିଛି ଗ୍ୟାଙ୍ଗଷ୍ଟର ଜେଲରେ ବସି ନିଜର ନେଟଓ୍ବର୍କ ଚଳାଉଥିଲେ । ତେବେ ଏମାନଙ୍କ ନେକ୍ସେସ୍ ଭାଙ୍ଗିବା ପାଇଁ ଜେଲରେ ଥିବା ସମସ୍ତ ଅପରାଧିଙ୍କୁ ଦକ୍ଷିଣ ଭାରତ ଜେଲକୁ ପଠାଯାଇଛି । କିଛି ଦିନ ପୂର୍ବରୁ ଅର୍ଗାନାଇଜିଡ୍ କ୍ରାଇମ ଗ୍ୟାଙ୍ଗର ନୀରଜ ବବନିୟା ଓ ତା’ର ସହଯୋଗୀକୁ ଟେରର ଫଣ୍ଡିଂ ମାମଲାରେ ଗିରଫ କରିଥିଲା ଏନଆଇଏ । ସେହିପରି କୁଖ୍ୟାତ ଅପରାଧି ଦିଲ୍ଲୁ ତାଜପୁରିଆ ଓ ନବୀନ ଓ୍ବାଲିକୁ ୟୁଏପିଏ ଧାରରେ ଗିରଫ କରିଛି ଯାଞ୍ଚ ଏଜେନ୍ସି । ଏପର୍ଯ୍ୟନ୍ତ ୟୁଏପିଏ ଧାରାରେ ଗିରଫ ହୋଇଥିବା ସମସ୍ତ ଅପରାଧିଙ୍କୁ ପଚରାଉଚାର କରୁଛି ଏନଆଇଏ । ଆତଙ୍କବାଦୀଙ୍କୁ ଟେରର ଫଣ୍ଡିଂ ପାଇଁ ଏହି ଗ୍ୟାଙ୍ଗଷ୍ଟର ମାନଙ୍କୁ ପାକିସ୍ତାନ ବ୍ୟବହାର କରୁଥିଲା ବୋଲି କହିଛି ଯାଞ୍ଚ ଟିମ୍ ।        

ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋୟୀକୁ ପଚରାଉଚରା କରିବା ପୂର୍ବରୁ ତାର ୪ଜଣ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ପଞ୍ଜାବର ରୂପନଗରରେ ରହି ନେଟଓ୍ବର୍କ ଚଳାଉଥିଲେ ଅପରାଧି । ଏମାନଙ୍କ ପାଖରୁ ୩ଟି ପିସ୍ତଲ, ଗୋଟିଏ ମାଗ୍‌ଜିନ୍ ଓ ୨୨ଟି ଅଫୁଟା ଗୁଳି ଜବତ କରିଛି ପୋଲିସ ।  ଅନ୍ୟପଟେ ପଞ୍ଜାବର ଜଣାଶୁଣା କଣ୍ଠଶୀଳ୍ପି ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡରେ ଲରେନ୍ସର ହାତ ଥିବା ଏନଆଇଏ ଜାଣିବାକୁ ପାଇଛି । ତେବେ ଅଧିକ ତଦନ୍ତ ପାଇଁ ଯାଞ୍ଚ ଏଜେନ୍ସି  ୩ଟି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ କରିଛି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.