WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆକ୍ସନରେ NIA, ଦେଶରେ ଏକାସାଙ୍ଗେ ୫୦ଟି ସ୍ଥାନରେ ରେଡ୍‌

27/09/2023 at 1:49 PM

ନୂଆଦିଲ୍ଲୀ ୨୭।୦୯ : ଆକ୍ସନରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) । ଦେଶରେ ଏକାସାଙ୍ଗେ ୫୦ଟି ସ୍ଥାନରେ ଚଢାଉ କରିଛି ଏନ୍‌ଆଇଏ । ଖଲିସ୍ତାନୀ ସଂଗଠନ, ଗ୍ୟାଙ୍ଗଷ୍ଟାର, ଏବଂ ଆତଙ୍କବାଦଙ୍କୁ ଫାଣ୍ଡି ମାମଲାରେ ଚଢାଉ କରିଛି ଏନ୍‌ଆଇଏ ।

ଖବର ଅନୁଯାୟୀ, ବୁଧବାର ସକାଳୁ ସକାଳୁ ଏନଆଇଏ ଏକାସାଙ୍ଗେ ୫୦ଟି ସ୍ଥାନରେ ଚଢାଉ କରିଛି । ଏହି ଚଢାଉରେ ପଞ୍ଜାବ, ହରିୟାଣା, ଦିଲ୍ଲୀ-ଏନ୍‌ସିଆର୍‌, ରାଜସ୍ଥାନ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡର ବିଭିନ୍ନ ସ୍ଥାନ ରହିଛି । ଯେଉଁ ସବୁ ସ୍ଥାନରେ ଚଢାଉ ହୋଇଛି । ତାହା ମଧ୍ୟରୁ ଜଣେ ଛାତ୍ର ନେତାଙ୍କ ଘର ରହିଛି ବୋଲି ସୂଚନା ରହିଛି । ଚଢାଉ ମଧ୍ୟରେ ପଞ୍ଜାବର ସର୍ବାଧିକ ସ୍ଥାନ ରହିଛି । ପଞ୍ଜାବରେ ୩୦ଟି , ରାଜସ୍ଥାନରେ ୧୨ଟି ସ୍ଥାନ, ହରିୟାଣାକରେ ୪ଟି, ଉତ୍ତରାଖଣ୍ଡରେ ୨ଟି, ଦିଲ୍ଲୀ-ୟୁପିରେ ଗୋଟିଏ ଗୋଟିଏ ସ୍ଥାନ ରହିଛି ।

କିଛି ଦିନ ତଳେ କାନାଡ଼ାରେ ଖାଲିସ୍ତାନୀ ଆତଙ୍କୀ ହରିଦୀପ ସିଂହଙ୍କୁ କିଏ ହତ୍ୟା କରିଥିଲା । ତାପର ଠାରୁ ଭାରତ-କାନାଡ଼ା ମଧ୍ୟରେ ତିକ୍ତତା ଲାଗିରହିଛି । ଏହି ହତ୍ୟା ପଛରେ ଭାରତର ହାତ ଥିବା ଅଭିଯୋଗ କରିଛି କାନାଡା । କିନ୍ତୁ ଭାରତ ଏହାକୁ ଲଗାତର ଭାବେ ପ୍ରତ୍ୟାଖାନ କରିଚାଲିଛି । ଏସବୁ ଭିତରେ ଖାଲିସ୍ତାନୀ ଆତଙ୍କୀ ଏବଂ ଗ୍ୟାଙ୍ଗଷ୍ଟାର ମଧ୍ୟରେ ଥିବା ଲିଙ୍କ ନେଇ ଆକ୍ସନକୁ ଆସିଛି ଏନ୍‌ଆଇ । ଖାଲିସ୍ତାନୀ ଆତଙ୍କୀର ବିଭିନ୍ନ ସଂଗଠନ ଏବଂ ସହଯୋଗୀଙ୍କ ଘରେ ରେଡ୍‌ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ।  

   Related Posts