ନୂଆଦିଲ୍ଲୀ: ଆତଙ୍କୀ ଫଣ୍ଡିଂ ମାମଲାରେ JKLF ମୁଖ୍ୟ ୟାସିନ୍ ମଲ୍ଲିକ ପାଇଁ ବଢୁଛି ଅଡ଼ୁଆ । NIA ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ସଜା-ଏ-ମତ୍ ପାଇଁ ଅପିଲ କରିଛନ୍ତି । ୟାସିନ୍ ମଲ୍ଲିକକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିବାକୁ ଜାତୀୟ ଯାଞ୍ଚ ଏଜେନ୍ସି କହିଛି । ଆତଙ୍କବାଦୀଙ୍କୁ ଟଙ୍କା ଯୋଗାଇ ଦେବା ଏବଂ ଦେଶ ବିରୋଧୀ କାର୍ଯ୍ୟ ମାମଲାରେ JKLF ମୁଖ୍ୟ ୟାସିନ୍ ମଲ୍ଲିକ୍ ଆଜୀବନ କାରାଦଣ୍ଡ ଭୋଗୁଛି । ଟ୍ରାଏଲ କୋର୍ଟ ଗତ ବର୍ଷ ଆଜୀବନ ଜେଲ୍ ସଜା ଶୁଣାଇଥିଲେ ।
ୟସିନ୍ ମଲ୍ଲିକ ବିରୋଧରେ ଜାମ୍ମୁରେ ଦୁଇଟି ହାଇ-ପ୍ରୋଫାଇଲ୍ ମାମଲା ଚାଲୁଛି । ୧୯୯୦ରେ ସେ ବିଚ୍ଛିନ୍ନବାଦୀ ନେତାଙ୍କ ପ୍ରମୁଖ ଚେହେରା ଥିଲା । ଯୁବପୀଢୀଙ୍କୁ ଧରି ହିଂସା ଉସୁକେଇବା ଭଳି କାର୍ଯ୍ୟ କରୁଥିଲା ବୋଲି ଏନଆଇଏ ରିପୋର୍ଟ ଦେଇଛି । ଫଳରେ କାଶ୍ମୀରରୁ ବହୁ ସଂଖ୍ୟାରେ କାଶ୍ମୀର ପଣ୍ଡିତ ପଳାୟନ କରିଛନ୍ତି । ୟୁସିନ ମଲ୍ଲିକ ଉପରେ ୧୯୮୯ ଡିସେମ୍ବର ୮ ତାରିଖରୁ ରୁବେୟା ସୈଦ ଅପହରଣ ମାମଲାରେ ଶୁଣାଣି ଚାଲୁଛି । ସେହିପରି ୨୫ ଜାନୁଆରୀ ୧୯୯୦ରେ ୪ ବାୟୁସେନା ଅଧିକାରୀଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ୟାସିନ୍ ।
ସମାଚାର ଏଜେନ୍ସି ପିଟିଆଇ, ଜାତୀୟ ଯାଞ୍ଚ ଏଜେନ୍ସି ଶୁକ୍ରବାର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ବିଚ୍ଛିନ୍ନବାଦୀ ନେତା ୟସିନ୍ ମଲ୍ଲିକକୁ ମ଼ୃତ୍ୟୁ ଦଣ୍ଡାଦେଶ ଶୁଣାଇବାକୁ ଆବେଦନ କରିଛି । ଜଷ୍ଟିସ୍ ସିଦ୍ଧାର୍ଥ ମୂଦୁଲ ଏବଂ ଜଷ୍ଟିସ୍ ଦଲବନ୍ତ ସିଂହଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୨୯ ତାରିଖରେ କରିବେ ବୋଲି କହିଛନ୍ତି ।